STORYMIRROR

ବିଶ୍ବମ୍ବର ବେହେରା

Inspirational

4  

ବିଶ୍ବମ୍ବର ବେହେରା

Inspirational

କିନ୍ନର

କିନ୍ନର

1 min
405


ଅବହେଳିତ ଜୀବନର

ଅନ୍ୟରୂପ କିନ୍ନର

 ଈଶ୍ୱରଙ୍କ ସୃଷ୍ଟିରେ ସେ

ନୁହେଁ ନାରୀ ନୁହେଁ ନର

ପୂର୍ବଜନ୍ମ କର୍ମଘେନି

ସର୍ବେ ଜନ୍ମନ୍ତି ଏ ଧରା ପୃଷ୍ଠରେ

ନାରୀ ଜନ୍ମ ପାଏ ସିଏ

ଅତି ପୁଣ୍ୟ ଯେ କରେ।

ପୁଣ୍ୟ ଜନ୍ମ କରିଥିଲେ 

 ହୁଏ ସିଏ ନର

କିଞ୍ଚିତ ପୁଣ୍ୟ କଲେ 

ହୁଏ ସିଏ କିନ୍ନର ।

ସ୍ୱଭାବରେ ପରିବର୍ତ୍ତନ ହିଁ

ଏହାର ଲକ୍ଷଣ

ଈଶ୍ୱରଙ୍କ ଦୃଷ୍ଟିରେ 

ଏହା ଅନନ୍ୟ ଉଦାହରଣ ।

ରୋଗର ଆଖ୍ୟା ଏହାକୁ

ଦେଇଥାଏ ବିଜ୍ଞାନ

ସମାଜ ଲୋଲୁପ ଦୃଷ୍ଟିରେ ଦେଖେ

ଭୁଲି ତାର ହିତାହିତ ଜ୍ଞାନ।

ଅଳ୍ପ ସୁଖ ଓ ବହୁତ୍ ଦୁଃଖ

 ଏହି କିନ୍ନର ଜୀବନ

ସୁଖ ପାଇବା ପାଇଁ ସେ

 ସର୍ବଦା କରେ ନିବେଦନ।

ସମାଜଠୁ ପାଏ ସିଏ 

ଘୃଣା ଓ ଅପମାନ

ସବୁ ଲୁହ ପିଇଯାଏ 

ହୃଦୟରେ କରେ ସେ କ୍ରନ୍ଦନ।

ତଥାପି ଜିଇଁବା ପାଇଁ 

କରେ ସେ ଉଦ୍ୟମ 

ଲୋକ ଲଜ୍ୟାକୁ ନଡ଼ରି

 କରିଥାଏ ସବୁ କର୍ମ।

ଉଦ୍ୟମ ସଫଳ କରି

ଯେବେ କରେ ପ୍ରତିଷ୍ଠା ଅର୍ଜନ

ଲୋକାଭିମୁଖୀ ହେବାପରେ 

ସର୍ବେ ଦିଅନ୍ତି ସମ୍ମାନ।

ଏବେ ବି ସମାଜରେ ସେ 

ଅବହେଳିତ ଓ ଘୃଣାର ଶିକାର

ପରିବର୍ତ୍ତନ ହଉନି

ଏ ମଣିଷ ମନର।

ବେଳେବେଳେ ଏ ସମାଜ

ଲୋଡେ ସେମାନଙ୍କ ଆଶୀର୍ବାଦ

ପୁଣିକେବେ ଦେଖୁଦେଖୁ 

କରିଦିଏ ଦୁଆର ବନ୍ଦ।

କରନାହିଁ ପରିହାସ

 କରନାହିଁ ଘୃଣା

ସାହାଯ୍ୟ କର ତାଙ୍କୁ

ହେଇଥାନ୍ତୁ ପଛେ ଅଜଣା ।

ଦିଅ ସଦା ଭଲ ପାଇବା 

ଆଉ ସମ୍ମାନ

ଭାବିନିଅ ତାଙ୍କୁ ଯେ

ଈଶ୍ୱରଙ୍କ ଏକ ଅନନ୍ୟ ଅବଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational