STORYMIRROR

ବିଶ୍ବମ୍ବର ବେହେରା

Romance

2  

ବିଶ୍ବମ୍ବର ବେହେରା

Romance

ହୃଦୟର କୋଣାର୍କ

ହୃଦୟର କୋଣାର୍କ

1 min
84

ଏମିତି ତମେ ସ୍ୱପ୍ନକୁମାରୀ 

  ଅଜାଣତେ ମନ ମୋର କଲ ଚୋରୀ ।


ଯେବେ ତମକୁ ଦେଖିଦିଏ ସ୍ଵଚକ୍ଷୁରେ 

  ରାତି ହେଲେ ଆସ ତମେ ଭିଜା ସ୍ୱପ୍ନରେ ।


ତମ ସୁନ୍ଦରତା ସରି ନୁହେଁ କେହି

  ଅପସରା ବି ଫିକା ଲାଗେ ମତେ କାଇଁ ।


ଚାଲୁଥିଲ ଯେବେ ପାଦ ଚାପି ମୋ ଅଗଣାରେ

  ରୂପ ତମ ଛପିଗଲା ମୋ ହୃଦୟରେ ।


ତୁମ ରୂପ ଆଗେ ସ୍ଵୟଂ କାମ ଦେବ ମୋହ 

 ହୀରା ଲୀଳା ମୋତି ତୁମ ଆଗେ କିଛି ନୁହ


ସୌନ୍ଦର୍ଯ୍ୟ ମତେ କରିଛି ପାଗଳ

 ସ୍ମିତହାସ୍ୟ ତୁମ ବଦଳେଇ ଦେଲା ଜୀବନ ଭୂଗୋଳ ।।


ତୁମ ସେଇ ଅଳତା ପିନ୍ଧା କୋମଳ ପାଦ

 ଅଟକେଇ ଦେଇଛି ମୋ ହୃଦୟର ଶବ୍ଦ ।।


ତୋ ବାସ୍ନାରେ ମନ ହୁଏ ମୋ ଅସ୍ତିର

 ପାଇବା ପାଇଁ ହୁଏ ଅତ୍ୟନ୍ତ ବ୍ୟାକୁଳ ।।


ପାଇଛୁ ସତେ ନୀଳାଦ୍ରିର ଆଖି 

ଈର୍ଷା ହୁଏ ଆଉ କାହା ସହ ଦେଖି ।।


ଭୁଲି ପାରୁନାହିଁ ତୋର ଅପୂର୍ବ ଚାହାଣୀ

 ସେ ଚାହାଣୀରେ ଯୋଡ଼ି ହେଲା ନିଆରା କାହାଣୀ ।।


ଅଧର ନୁହେଁ ତ ସେ ତ ମଧୁର ଭଣ୍ଡାର

 ଡୁବି ସରିଛି ତୋ ପ୍ରେମେ ଲାଗେ ଏବେ ଡର।  


ଗଢିଛି ଯିଏ ତତେ ଦେବି ତାକୁ ଧନ୍ୟବାଦ

 ପାଇବାକୁ କିଛି ବି କରିବି 

 ପଡୁ ପଛେ ଶୁଣିବାକୁ ଯେତେ ଅପବାଦ ।।


କିପରି ବର୍ଣ୍ଣନା କରିବି ନାହିଁ ମୋର ଭାଷା

 ମୋ ହୃଦୟର କୋଣାର୍କ ତୁ

  ବୁଝିଯା ଥରେ ମୋ ଜିଜ୍ଞାସା ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance