STORYMIRROR

Bidyadhar Mantry

Abstract Romance Inspirational

4  

Bidyadhar Mantry

Abstract Romance Inspirational

ପରକୀୟା ପ୍ରୀତି

ପରକୀୟା ପ୍ରୀତି

1 min
338


ପ୍ରୀତି ବିଷମ ନୁହଁ,ପରକୀୟା ବିଷମ

ଚୋରି ଖିଆ କିନ୍ତୁ ମିଠା

ସମାଜରେ ରହି ସାମାଜିକ ପ୍ରଥା ମାନି

ମିଠା ମୁହଁ ହୁଏ ଖଟା

ନେଇ ଆଣି ଥୋଇ ନ ଜାଣି ପାରିଲେ

ଚୋର ରୂପେ ହୁଏ ଗଣା

ଚୋର ଘର ଯେବେ ଆଲୋକିତ ହୁଏ

ଚୋର ହୁଏ ବାଟବଣା

ଥରେ ଯିଏ ଚୋରି କରି ସୁଆଦ ଚାଖିଛି

ସେହି କଥାରେ ତା ମନ

ସମାଜ ଆଗରେ ଯଦି ଧରା ପଡ଼ିଯାଏ

ମିଳେ ବେଶି ଅପମାନ

ଆଜିକାଲି ପରକୀୟା ପ୍ରୀତି କଥା ପ୍ରାୟ

ଶୁଣିବାକୁ ମିଳୁ ଅଛି

କାରଣ କଅଣ ଊଣା ଅଧିକେ ମାତ୍ରାରେ

ପ୍ରୀତି କର୍ମୀ ଜାଣି ଅଛି

ସାଂସାରିକ ଜୀବନରେ ଝଡ ଉଠୁ ଅଛି

ପରକୀୟା ପ୍ରୀତି ପାଇଁ

ମନୋମାଳିନ୍ୟ ପରେ ବିଚ୍ଛେଦ ଯନ୍ତ୍ରଣା

ସବୁ ଚୋରା ପ୍ରୀତି ପାଇଁ 

ଜାଣି ଶୁଣି ହେଉ ଅବା ଅଜାଣତରେ

ଯଦି ହେଲା ଚୋରା ପ୍ରୀତି

ଧରା ପଡିଗଲେ ସମସ୍ୟା ଆରମ୍ଭ ହୁଏ

ହେଉ ପତ୍ନୀ ଅବା ପତି 

ସହମତି ଥାଇ ପିରତି ହେଉ ଥିଲେ ସୁଦ୍ଧା

ଚୋରା ପିରତି ରେ ଗଣା

ଦାମ୍ପତ୍ୟ ଜୀବନେ ଝଡ ସୃଷ୍ଟି ହେଉଅଛି

ସାମାଜିକ କଟକଣା

ଏ ଦେଶ ମାଟିରେ ଅବା ବିଦେଶରେ

ପରକୀୟା ପ୍ରୀତି ମନ୍ଦ

ପ୍ରୀତି କରିବାକୁ ସାଥୀ ଥାଉ ଥାଉ କିଆଁ

ପ୍ରୀତି ପାଇଁ ହୁଏ ଦ୍ଵନ୍ଦ

ଶ୍ରେଷ୍ଠ ଜୀବ ହୋଇ ମଣିଷ ଜାଣି ଶୁଣି

କରୁଅଛି ଘୃଣ୍ୟ କାମ

ଇଣ୍ଟରନେଟ ଆଉ ଗଣ ମାଧ୍ୟମରେ

ମନ୍ଦ ବୁଦ୍ଧିଆ କୁକର୍ମ

ସଂସ୍କାର କେଉଁଠି ବି ନାହିଁ ସବୁଠି ମିଛ

ଛଳନାର ନାଟକ

ବିଶ୍ୱାସ ଶବ୍ଦର ସତ୍ତା ହଜିଲାଣି ଏଠି

ଜୀବନ ବି ନିରର୍ଥକ

ମିଛ ଶପଥ ହେଉଛି ଅଗ୍ନି ହୁଏ ସାକ୍ଷୀ

ଗଢି ଉଠୁଛି ସଂସାର

ପ୍ରାୟ ପରକୀୟା ପ୍ରୀତି ଚାଲୁଛି ନେପଥ୍ୟେ

ଧରା ପଡିଲେ ଅସାର

ହେ ପ୍ରୀତି ପ୍ରିୟ ଆଧୁନିକ ରସିକ ରସିକା

ସୁଧୁରି ଯାଅ ସମ୍ପୂର୍ଣ୍ଣ

ତୁମ ବଂଶଧର ପାଇଁ ଚିନ୍ତା କରି ଥରେ

ପରକୀୟା ରୁ ହୁଅ ବିଚ୍ଛିନ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract