STORYMIRROR

Bidyadhar Mantry

Romance

4  

Bidyadhar Mantry

Romance

ଉଜ୍ଜୀବିତ ପ୍ରୀତିର ପରଶ

ଉଜ୍ଜୀବିତ ପ୍ରୀତିର ପରଶ

1 min
263


ଝୁମି ଝୁମି ଆସିଲା ମୌସୁମୀ

ପୁଣି,ମନରେ ତୁମ କଥାର ବରଷା

ଓଃ ହ! କେତେ ଉସ୍ମତା ଆଉ ଶ୍ବାସ-ରୋଧ ଭାବ

ସବୁ ଧୋଇ ହେଲା ବର୍ଷାର ବୁନ୍ଦା ରେ।


ଘର ଅଗଣାରେ ବର୍ଷାର ବୁନ୍ଦା

ନୂଆ ଉନ୍ମାଦନା ତନ ଓ ମନରେ।


ମାଟିର ଭିଜା ଭିଜା ବାସ୍ନା

ଶାଗୁଆ ଓଢ଼ଣୀ ପିନ୍ଧିଛି ଧରଣୀ

ପଶୁ ପକ୍ଷୀ ନର ନାରୀ 

ନଦୀ, ନାଳ,ପୋଖରୀ ଗାଡିଆ

ପରିତୃପ୍ତିର ଝଲକ ସକଳ କ୍ଷେତ୍ରରେ

ଉଲ୍ଲସିତ ନୂଆ ଉନ୍ମାଦନା ସହିତ।


ଖୁସିର ଲହରୀ ଧରଣୀ ବକ୍ଷରେ

ତଥାପି ,ଦୁଃଖରେ ବସିଛି ଵିରହୀ ପ୍ରେମିକା

ସାଥୀ ନାହିଁ ସାଥୀ ହେବା ପାଇଁ

ବର୍ଷାର ଧାରା ପରି ଆଖିରେ ଆଖିଏ ଲୁହ।


କବି କଳ୍ପନାରେ ନୂଆ ନୂଆ ଭାବ

ମୌସୁମୀ ପ୍ରଭାବରେ ହେଉଛି ଉଦ୍ରେକ

ଫର୍ଦ୍ଦ ଫର୍ଦ୍ଦ କବିତା ଭାସି ଯାଉଅଛି

କାଗଜ ଡଙ୍ଗା ପରି ବରଷା ପାଣିରେ।


ପୁରୁଣା ସ୍ମୃତି ବି ଉଜ୍ଜୀବିତ, ବର୍ଷା ର ବୁନ୍ଦା ରେ

ମୌସୁମୀ ଅଢୁଆଳେ ପ୍ରୀତିର ପରଶ

ଝୁରୁଛି ପ୍ରେମିକ,ଝୁରୁଛି ପ୍ରେମିକା

ହସୁଛି ମୌସୁମୀ ,ମୁରୁକି ମୁରୁକି    


ସେ ଦିନ ବି ଭିଜି ଥିଲେ

ମୌସୁମୀ ବର୍ଷାର ଛିଟା ରେ

ଭିଜି ଥିଲା ତନ ମନ

ମନରେ ପ୍ରୀତି ଭାବନା

ଶିହରଣ ଥିଲା ଦେହ ପରଶ ରେ

ନୀରବ ଓଠରେ

ଆଖି କହୁଥିଲା ଆଖିର ଭାଷାରେ।


ବର୍ଷା ଭିଜା ଶରୀରରେ ଲାଗିଥିଲା ନିଆଁ

ଓଠରେ ପାଣି ବୁନ୍ଦା ଥାଇ

ଜଳି ଜଳି ଜଳୁ-ଥିଲେ ଦୁହେଁ

ପାଣି ବୁନ୍ଦା ର ଲାଜ ଥିଲା କି ନାହିଁ

ଖୁସି ଥିଲା, ପ୍ରୀତି ପୂର୍ଣ୍ଣ ଓଠରେ ଲାଗି ରହିବାକୁ।


ଏବେ ଭିଜିଗଲା ପରେ

ବୁଝିଗଲି,ପୁଣି ମୌସୁମୀ ଆସିଛି

ସ୍ମୃତି ଉଜ୍ଜୀବିତ

ହୃଦୟରେ ଶୂନ୍ୟତା ର ଚିହ୍ନ

ଭିଜୁଛି ଏକାକୀ ,ନାହିଁ ପ୍ରୀତି ସ୍ପର୍ଶର ପରଶ।


ଫିକା ଫିକା ,ମୌସୁମୀ ର ବୁନ୍ଦା ବୁନ୍ଦା ପାଣି

ଅସହ୍ୟ ବେଦନା

ବେଦନା ର ଆଢ଼ୁଆଳେ ପ୍ରତିଶ୍ରୁତି କଥା

କଥା ଥିଲା, ଭିଜି-ବାକୁ ପ୍ରତି ମୌସୁମୀ ରେ

କଥା କଥାରେ ରହିଛି

ମୌସୁମୀ ପଚାରୁ ଅଛି, କାହିଁ ତୁମ ସାଥୀ।


ଅନ୍ୟମନସ୍କ , କହୁଛନ୍ତି ପାଖାପାଖି ଲୋକ

କଣ କହିଲେ ବୁଝିବେ ସେମାନେ

କାରଣ ଅନ୍ୟମନସ୍କ ର

ଅନ୍ୟମନସ୍କ ଆଢ଼ୁଆଳେ କିଏ !!

ସେଇ ପ୍ରୀତି ପରଶ ଏବେ ଉଜ୍ଜୀବିତ

ଯିଏ ଯାହା କହୁ ,ତନ ମନ ହୁଏ ଉଲ୍ଲସିତ

ଆସ,ଭିଜି ଭିଜି ଜଳାଇବା ନିଜ ନିଜ ତନ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance