STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

କୁଞ୍ଜ ବନେ ଝୁଲନ୍ତି ଦେଖ

କୁଞ୍ଜ ବନେ ଝୁଲନ୍ତି ଦେଖ

1 min
317


କୁଞ୍ଜ ବନରେ ଗୁଞ୍ଜିତ ହେଉଛି ବଇଁଶୀ ର ସ୍ୱର

କୃଷ୍ଣ ପ୍ରେମରେ ଗୋପପୁର ନାରୀଙ୍କ ମନ ଅଧିର

ରାସରସେ ମାତିଛନ୍ତି ସର୍ବେ ଭୁଲିଯାଇ ସବୁକିଛି

ଆକର୍ଷଣ ସେଇ ବଂଶୀ ସ୍ୱର କୁହୁକ ଭରି ରହିଛି

  

ଝୁଲୁଛନ୍ତି ପ୍ରେମୀ ଯୁଗଳ ହେଉଅଛି ରାସ କେଳି

ପୁଷ୍ପରେ ସଜ୍ଜିତ ହୋଇ ଝୁଲୁଛି କେଳି କୁଞ୍ଜ ଦୋଳି

ତୁହାକୁ ତୁହା ବଇଁଶୀ ର ସ୍ୱର ରାଧାର ମନ ଅସ୍ଥିର

ସବୁ କିଛି ଭୁଲି କୃଷ୍ଣ ପ୍ରେମେ ମଜ୍ଜି ଥିଲେ ନିରନ୍ତର

ସଖି ସହିତ ରହିଲେ ବି ମନ ଖୋଜୁଥିଲା କାହ୍ନା

ମିଳନ ଲାଳସା ରହୁଥିଲା ସଦା ମନ ବି ଆନମନା


ଦୂରେ ଥାଇ ସଖି ପରସ୍ପରକୁ କୁହନ୍ତି ଦେଖ ଦେଖ

ଦୋଳିରେ ଦୁଇ ପ୍ରେମୀ ଯୁଗଳ ଦେଖ ପୁଣି ଦେଖ

ଦୁଇଟି ଆତ୍ମାର ମିଳନ ସତେ କି ଅପୂର୍ବ ଶୋଭା

ଯୁଗ ଯୁଗ ଧରି ଅମର ରହିବ ଏହି ମିଳନର ଆଭା


କେତେ ଉଲ୍ଲାସ କେତେ ହସର ଲହରୀ ଦେଖ

ଝୁଲି ଝୁଲି ଦୁହେଁ ଭାବରେ ବିହ୍ବଳ ଏକକୁ ଆରେକ

କୁଞ୍ଜବନ ବି ଧନ୍ୟ ହୋଇଛି ଦେଖି ଅପୂର୍ବ ମିଳନ

ଭାବର ପରିପ୍ରକାଶ ହୋଇଛି ସାକ୍ଷୀ ଅଛି କୁଞ୍ଜବନ


ରାଧାକୃଷ୍ଣଙ୍କ କେଳିକୁଞ୍ଜ ଗାଥା ଗାଉଅଛି କୁଞ୍ଜବନ

ଧନ୍ୟ ଗୋପ ସହଚରୀ ଦେଖି ସେ କୁଞ୍ଜର ମିଳନ

ଦୁଇ ହୃଦୟ ମିଳନ ହୋଇଛି ଝୁଲିଝୁଲି ଦୋଳିରେ କୁଞ୍ଜବନ ଝୁରୁଛି ଦୁହିଁଙ୍କୁ ଚାଲ ଦେଖି ଯିବା ଥରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract