କଳାବତୀ ତମେ ରୁପାଲି
କଳାବତୀ ତମେ ରୁପାଲି
ଜାଣିଛି, ଜାଣିଛି ତମେ
ଆଗୋ ସଖୀ
ତମେ ଚେତନାର ଏକ
ବର୍ଣ୍ଣାଳୀ,
ମଧୁ ଭାବ ଭାବନାରେ
ତମେ ଧନ୍ୟା
ତମେ ମହକିତ ଫୁଲ
ଶେଫାଳୀ l
କସ୍ତୁରୀମୃଗ ସମ ତମେ
ଆଗୋ ସଖୀ
ତମେ କଳାବତୀ
ରୁପାଲି,
ଆଗାମୀ ଉଷାର
ତମେ ସ୍ଵାଗତିକା
ତମେ ଘେନ ଆଗୋ ଶ୍ରଦ୍ଧା
ଅଞ୍ଜଳି ........।।

