STORYMIRROR

Nrusingha Narayan Tripathy

Romance Classics Others

4  

Nrusingha Narayan Tripathy

Romance Classics Others

ପରକୀୟା ପ୍ରୀତି

ପରକୀୟା ପ୍ରୀତି

1 min
346


ପ୍ରକୃତି ପୁରୁଷ ପ୍ରୀତିରେ ମାତି

ସଂସାରେ ଜୀବନ ହୁଅଇ ଗତି

ପ୍ରେମ ପାଇ ଜୀବ ଘୁରାଏ ମତି 

ଲୁଚା ଚୋରା ପ୍ରୀତି ଆଣେ ଦୁର୍ଗତି

ସାମାଜିକ ରୀତି ନୀତି ଯେ

କରେ ଶୃଙ୍ଖଳିତ ଚରିତ୍ର ବ୍ୟକ୍ତିତ୍ୱ

ଭରିଦିଏ ଶାନ୍ତି ମୈତ୍ରୀ ଯେ l


ପରକିୟା ପ୍ରୀତି ମନରେ ଭୀତି

ଆଣେ ଅପନିନ୍ଦା ରୋକେ ପ୍ରଗତି

ହରାଏ ବିଶ୍ୱାସ ସମ୍ପର୍କେ ଇତି

ହସଇ ଦୁନିଆଁ ହୁଅଇ କ୍ଷତି 

ସଂଯମ ବିହୀନ ବ୍ୟକ୍ତି ଯେ

ହରାଏ ନିଜତ୍ୱ କାମନା ଜଡିତ

କରିବସେ ପ୍ରେମ ପ୍ରୀତି ଯେ l


ନିଜ ଧର୍ମପତ୍ନୀ ବିଶ୍ୱସୁନ୍ଦରୀ

ମନ ବୁଝେ ନାହିଁ ଦର୍ଶନେ ନାରୀ

ପ୍ରେମ ପାଇଁ ନର କରେ ଗୁହାରୀ

ପରକିୟା ପ୍ରୀତି ମନରେ ଭରୀ

ସ୍ନେହଭାବ ବଢ଼ାଇକି ଯେ

ମନର ଭାବନା ଦେହର ବାସନା

ଚରିତାର୍ଥ କରିଥାଇ ଯେ l


ହୁଏ ଛାରଖାର ହାରେ ସମ୍ମାନ

ଭାଙ୍ଗେ ନିଜ ଘର ପ୍ରୀତି କାରଣ

କ୍ଷଣିକ ଅଟଇ ଧନ ଯୌବନ

ନିମିଷେ ହରାଏ ଗୌରବ ଜାଣ

ପରକିୟା ପ୍ରୀତି ପାଇଁ ଯେ

ସମାଜେ ସ୍ଖଳନ ହୋଇ ହୀନିମାନ

ପରିବାର ଭାଙ୍ଗୁଥାଇ ଯେ l


Rate this content
Log in

Similar oriya poem from Romance