STORYMIRROR

Pratap Kishore Rout

Romance

4  

Pratap Kishore Rout

Romance

ବର୍ଷାରାଣୀ

ବର୍ଷାରାଣୀ

1 min
350


ବର୍ଷା ଗୋ ତୁମେ ବରଷି ଯିବ କି

  ମୋ ମନ ମରୁରେ ଥରେ

ତୋଳି ଧରିବ କି କଣ୍ଠରେ ତୁମର

  ମେଘ ମହ୍ଲାର ବାରେ ।


କଦମ୍ବ ବନରେ ଶୁଭୁନି କାହିଁକି

   ତୁମ ପାଉଁଜି ଝଙ୍କାର

ଆକୁଳେ ଚାତକ ତୁମ ପଥ ଚାହିଁ

  ମନ ହେଲାଣି ଅସ୍ଥିର ।


ଗହୀର ବିଲରେ ସବୁଜିମା ସତେ

  ଲାଗେ ଆଜି ଫିକା ଫିକା

ଜହ୍ନିଫୁଲ ହସ ମଉଳି ଯାଇଛି

  ହୃଦୟେ ଲାଗିଛି ଦକା।


ପର୍ବତ ଶିଖରେ ତୁମରି ନୃତ୍ୟର

   ଝଙ୍କାର ଶୁଭୁନି ଆଉ

ନଭ ମେଖଳାରେ ଦୃଶ୍ୟ ହେଉନାହିଁ

   ତୁମ ରୂପ ଦାଉ ଦାଉ ।


କୃଷକ ଗାଉନି ମନ ମତାଣିଆ

   ରାମ ଲଇକ୍ଷଣ ଗୀତ

ବିଭୋର ହେଉନି ପରାଚୀ ଗଗନ

   ହୃଦେ ଜଳେ ଅବଶୋଷ ।


ଫୁଟୁନି କଦମ୍ବ ଛୁଟୁନି ମହକ

  ସତେ ଆଜି ତୁମ ବିନା

ଇନ୍ଦ୍ରଧନୁର ରଙ୍ଗ ଓଢଣୀଟା

  ଫିକା ଫିକା ଆଜି ସିନା।


ଅଭିମାନ ତେଜି ଆସିବ କି ଥରେ

   ମୋ ଜୀବନ ପଥ ଧାରେ

ଭିଜାଇ ଦେବ କି ମୋ ମନକୁ ଥରେ

   ତୁମ ପ୍ରୀତି ଆଶ୍ଲେଷରେ ।


   

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance