STORYMIRROR

Pratap Kishore Rout

Others

3  

Pratap Kishore Rout

Others

ବିଘ୍ନ ବିନାଶନ ଗଜାନନ

ବିଘ୍ନ ବିନାଶନ ଗଜାନନ

1 min
195


ଦେବ ଅଗ୍ରପୂଜ୍ୟ ଆହେ ଗଣନାଥ

   ଘେନ ପ୍ରଣାମ ମୋହର

ଅଜ୍ଞାନ ଅନ୍ଧାର ଯାହା ଅଛି ହୃଦେ

   କରିଦିଅ ପ୍ରଭୁ ଦୁର ।

ଦେଵ ଅଗ୍ର ପୂଜ୍ୟ ।0।


ତୁମରି ଆଶୀଷ ବଳେ ମହା ମୂର୍ଖ

    ଜ୍ଞାନୀରେ ଗଣା ହୁଅଇ 

ପୂଜା ବିଧି ଅଗ୍ରେ ତୁମ ଆବାହନ

    ଏହା ବିଧାନ ଅଟଇ

ମଙ୍ଗଳ ବିତରି ସାରା ଜଗତରେ

    ପବିତ୍ର କର ଅନ୍ତର ।

ଦେବ ଅଗ୍ର ପୂଜ୍ୟ ।୧।  


ଅଯୋନି ସମ୍ଭୂତ ତୁମେ ଆହେ ନାଥ

    ଧରା ବକ୍ଷେ ଅବତରି

ମହା ପାପ ଦୁଃଖ ଶୋକ ବିନାଶିଛ

    ପ୍ରୀତି ଦେଇଛ ବିତରି

ତୁମ ଆବାହନେ ମଙ୍ଗଳ ସଙ୍ଗୀତ

   ହୃଦେ ବାଜୁ ବାର ବାର।

ଦେବ ଅଗ୍ର ପୂଜ୍ୟ ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍