Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Others

3  

Pratap Kishore Rout

Others

କେମିତି ଅଛ ହେ କଳା ସାଆନ୍ତ

କେମିତି ଅଛ ହେ କଳା ସାଆନ୍ତ

1 min
205


ଶୀରିକ୍ଷେତ୍ର କାଳିଆ ସୁନା

ସ୍ନାନ ମଣ୍ଡପରୁ ଯାଇଛ ଠାକୁରେ

   ଆମ କଥା କିବା ମନେ ପଡେନା

   ଶୀରିକ୍ଷେତ୍ର ।


ଅଣସର ଘରେ ରହିଲ

      ଦଇତା ଙ୍କ ସେବା ଲୋଡିଲ

ଜଗତ ପୀଡାକୁ ଦୂର କରୁଥିଲ

    ତୁମ ପୀଡା କଥା ବୁଝନି ସିନା

  ଶୀରିକ୍ଷେତ୍ର ।


ଏତେ ସ୍ନାନ କଲ କିମ୍ପାଇ

        ଅସୁସ୍ଥରେ ପଡିଲ ଯାଇ

ଜଗତର ଚିନ୍ତା ନିଜେ ବହିଅଛ

    ସେଥିପାଇଁ କଷ୍ଟ ପାଉଛ ସିନା

   ଶୀରିକ୍ଷେତ୍ର ।


ଦଶ ମୂଳ ମୋଦକ ଖାଇ

        ସୁସ୍ଥ ହେଲ ଜଗତ ସାଇଁ

ଏଥର ହୋଇବ ବଡ଼ ଦାଣ୍ଡେ ବିଜେ

     ମନକୁ ସାନ୍ତ୍ୱନା ମିଳିଲା ସିନା

   ଶୀରିକ୍ଷେତ୍ର ।


ବଡ ଦାଣ୍ଡେ ରଥ ପ୍ରସ୍ତୁତ

        ବିଜେ ହେବ ଜଗତ ନାଥ

ଭାଇ ଭଉଣୀ ଙ୍କୁ ସାଥିରେ ନେଇଣ

    ମାଉସୀମା ଘର ବୁଲି ଆସନା

  ଶୀରିକ୍ଷେତ୍ର ।


Rate this content
Log in