Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Others

4  

Pratap Kishore Rout

Others

ଚକାନୟନ ମୋ କାଳିଆ ଧନ

ଚକାନୟନ ମୋ କାଳିଆ ଧନ

1 min
273



  ଚକା ନୟନ ମୋ କଳା ବାମନ

ରଥ ଯାତରାକୁ ଶ୍ରୀକ୍ଷେତ୍ରକୁ ମୋତେ

 ନେଇଯାରେ ଥରେ କାଳିଆ ଧନ

   ଚକାନୟନ ମୋ ---------।0।


ଭକତ ମେଳରେ ତୋ ରଥକୁ ଯଦି

    ବଡ ଦାଣ୍ଡେ ଟାଣି ଦେବି

ସାତ ଜନମର ପାପ ନରକରୁ

    ସତେ ଉଦ୍ଧାର ପାଇବି

ତୋ ଚକା ଆଖିରେ ଆଖି ମିଶିଗଲେ

   ଜୀବନ ମୋ ହେବ ଧନ୍ୟ।

   ଚକାନୟନ ମୋ ----------।୧।


ଅଳି କରିବିନି ତୋପାଖେ କାଳିଆ

   ତୋତେ କଷ୍ଟ ହେଲା ଭଳି

ତୋ ଟଙ୍କ ତୋରାଣି ମୁନ୍ଦେ ପିଇବାକୁ

    ଇଛା ମୋର ବନମାଳୀ

ତୋପାଇଁ ସିନାରେ ଷାଠିଏ ପଉଟି

   ମୋ ପାଇଁ ସାତ ସପନ ।

  ଚକାନୟନ ମୋ -----------।୨।


ନନ୍ଦୀଘୋଷେ ବସି ଝୁଲି ଝୁଲି ଯେବେ

    ବଡଦାଣ୍ଡେ ଆସୁଥିବୁ

ମନ ଲୋଭା ସେଇ ଦିବ୍ୟ ଅନୁପମ

   କାନ୍ତିରେ ଝଟକୁ ଥିବୁ

ସେ ଦେବ ଦୁଲ୍ଲଭ ବେଶ ଦେଖି ଦେଲେ

   ପୁରି ଯିବ ମୋର ମନ ।

    ଚକା ନୟନ ମୋ --------।୩।

    

 


Rate this content
Log in