STORYMIRROR

Pratap Kishore Rout

Inspirational

4  

Pratap Kishore Rout

Inspirational

ଏଇ ମୋ ଦେଶ

ଏଇ ମୋ ଦେଶ

1 min
10


ଆକୁମାରୀ ହିମାଚଳେ ଗୁଞ୍ଜରିତ

        ଯେଉଁ ମାଟି ମା'ର ଜୟଗୀତି

ପୁଣ୍ୟ ପୟୋଧୀର ତରଙ୍ଗ ମାଳାରେ

        ଭାସି ଆସୁଥାଏ ଯା' କୀରତୀ

    ସେହି ଅଟେ ମୋ ଭାରତ ଭୂଇଁ

ବୀର ରକ୍ତେ ଗଢା ଏଇ ପୁଣ୍ୟ ମାଟି

      ଏମିତି ଦେଶ କି ଅଛିକାହିଁ ।୧।


କୋଟି ସନ୍ତାନକୁ କୋଳେ ଧରି ଅଛି

        ମମତାର ଶେଯ ପାରିଦେଇ

ସବୁଜ ବନାନୀ ସବୁଜ କେଦାରେ

       ଯା ରୂପ ମାଧୁରୀ ଉଠେ ଚେଇଁ

   ବୀର ସନ୍ତାନକୁ ଜନ୍ମ ଦେଇ

ପୂଣ୍ୟ ଗର୍ଭା ରୂପେ ଜଗତେ ପୂଜିତ

      ତାପାଇଁ ଗରବ କରେ ମୁହିଁ ।୨।


ତା କଳା ସାହିତ୍ୟ ସଂସ୍କୃତି ସ୍ଥାପତ୍ୟ

           ବିଶ୍ୱକୁ ଚକିତ କରିଥାଏ

ପର୍ବ ପର୍ବାଣୀରେ ଖାଦ୍ୟ ପାନୀୟରେ

         ନିଆରା ବାସନା ମହକାଏ

     ରତ୍ନ ଗରଭା ଅଟେ ସେହି

ବିଶ୍ୱକୁ ଦେଇଛି ନବୀନ ଚେତନା

     ବର୍ଣ୍ଣିବା କୁ ସତେ ଭାଷା ନାହିଁ ।୩।


ସ୍ବର୍ଣ୍ଣିମ ଅଧ୍ୟାୟ ରଚିଅଛି ସେଯେ

      ବୀର ଭୋଗ୍ୟା ବସୁନ୍ଧରା ହୋଇ

ତା ମନ ଗହନେ ଉଦାର ହୃଦୟେ

       ଆବେଗର ଭାଷା ନାଚୁଥାଇ

    କିଏସେ ଶୁଝିବ ଋଣ ତାର 

ପବିତ୍ର ମାଟିକୁ ମଥାରେ ବୋଳିବି

    ସେଇ ହେବ ଜାଣ ଗର୍ବ ମୋର।୪।

         

କେତେ ସୁର ବୀର ରକତର ଦାନେ

        ସ୍ୱାଧୀନତା ସେଯେ ଲଭିଅଛି

ଭାତୃତ୍ୱ ବନ୍ଧନେ ବିଶ୍ୱକୁ ବାନ୍ଧିଣ

          ସୁନାମ ସଉଧ ଗଢି ଅଛି

    ତୋ ପାଦରେ ମଥା ନଇଁ ଯାଏ

ବିଶାଳ ଜଗତି ତୋ କୀରତୀ ହେଜି

       ନିୟତ ଚକିତ ହେଉଥାଏ ।୫।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational