Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Others

4  

Pratap Kishore Rout

Others

ଆନନ୍ଦ ବଜାର

ଆନନ୍ଦ ବଜାର

1 min
287


ଦରଶନ ଯଦି ନଦେବୁ କାଳିଆ

     ଟିକେ ଅଭିଯୋଗ ନାହିଁରେ ମୋର

ପେଟ ପାଇଁ ମୁଠେ ଅବଢା ଦେବୁରେ

     ଆନନ୍ଦ ବଜାର ଗଲେ ତୋହର

ଦରଶନ ଯଦି ।


ମହ ମହ ବାସେ ଆନନ୍ଦ ବଜାର

       ଏମିତିକା ଜାଗା ଜଗତେ ନାହିଁ

ସାରା ଜଗତଟା ଆସରା କରିଛି

       ଲକ୍ଷ୍ମୀ ମାତାଙ୍କର ପରସା ପାଇଁ

ଅଭଡ଼ା ଡାଲି ରୁ ମୁଠାଏ ଖାଇଲେ

       ସକଳ ପାପରୁ ହୁଏ ଉଦ୍ଧାର

  ଦରଶନ ଯଦି ।


ଏମିତି ବଜାର ଖୋଲିଛୁ କାଳିଆ

        ଚଣ୍ଡାଳ ଅଇଁଠା ବ୍ରାହ୍ମଣ ଖାଏ

କେତେ ରୋଗ ବାଗ ଛାଡି ଚାଲିଯାଏ

       ତୋ ମହା ପ୍ରସାଦ ଖାଇଛି ଯିଏ

ସୁବର୍ଣ୍ଣ ଥାଳିତ ସରିହେବ ନାହିଁ

    କୁଡୁଆ ରେ ଥିଲେ ପ୍ରସାଦ ତୋର

  ଦରଶନ ଯଦି ।


ରୋଗୀ ଭୋଗୀ ଯୋଗୀ ତପୀ ବଇରାଗୀ

     ସକଳେ ସମାନ ସେଠାରେ ତୋର

ଶ୍ରୀକ୍ଷେତ୍ର ମାଟିରେ ଅଭାବ ନାହିଁରେ

     ଦିନ ଦୁଃଖୀ ପାଇଁ ତୋର ଭଣ୍ଡାର

ଅବଢ଼ା ଡାଲିରେ ମୋହ ଲଗାଇ ତୁ

       ଠୁଳ କରୁ ନିତି ଭକ୍ତ ହଜାର

  ଦରଶନ ଯଦି ।


Rate this content
Log in