Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Romance

4  

Pratap Kishore Rout

Romance

ଶ୍ରାବଣ ଆସିଲା

ଶ୍ରାବଣ ଆସିଲା

1 min
295



ଶ୍ରାବଣ ସନ୍ଧ୍ୟାରେ ଭାରି ମନେପଡ଼େ

     ତୁମରି ଅଧର ହସ

ଫିକା ଅନ୍ଧାରରେ ଅବାଧ୍ୟ ମନର

    ମେଣ୍ଟିଯାଏ ଅବଶୋଷ।


ଚପଳା ଚମକେ ନିମିଷକେ ଆସି

   କୁଆଡେ ଉଭେଇ ଯାଅ

କେବେ କେବେ ଆସି ବାତାୟନ ପାଶେ

   ମୋ ମନ ପରଖୁଥାଅ ।


ଭାବରେ ଭିଜାଇ ପ୍ରୀତିରେ ମଜ୍ଜାଇ

   ମୋ ହୃଦେ ବସା ବାନ୍ଧୁଛ

କେବେ କେବେ ପୁଣି ଅଭିମାନ କରି

   ଆଡ ରୁଷା ଦେଉଅଛ ।


ଜହ୍ନି ଫୁଲ ଓଠେ ତୁମ ମିଠା ରଙ୍ଗ

   ଦେଇଅଛ କିବା ବୋଳି

ଅନୁଭବେ ମୋର ଆସୁଅଛ ସଦା

   ପ୍ରୀତି ରଙ୍ଗ ଟିକେ ବୋଳି ।


ଶ୍ରାବଣ ସନ୍ଧ୍ୟାରେ ତୁମ ସାଥେ ହେଲା

    ଅୟୁତ ମନର କଥା

ଆଜି କିଆଁ ସବୁ ଅନ୍ତର ହୋଇଲା

   ଭାବିଲେ ଲାଗଇ ବ୍ୟଥା ।


ସବୁ ଶ୍ରାବଣର ମିଠା ଅନୁଭୂତି

    ମନକୁ ଦେଉଛି ହାଣି

ତୁମେ ସଦା ରହି ଗୋପନ ପୁରୀରେ

   ମନକୁ ନେଇଛ କିଣି ।


ଜାଣେନା ତୁମେ ତ ଆସିବକି ନାହିଁ

    ମୋ ମନର ପରିଧିକୁ

ସତେ ତୁମେ ବର୍ଷା ଭାରି ମନେପଡ଼

   ଇଚ୍ଛାହୁଏ ଭିଜିବାକୁ ।



    



Rate this content
Log in

Similar oriya poem from Romance