Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Others

4  

Pratap Kishore Rout

Others

ବନ୍ଦେ ଭାରତ ଜନନୀ

ବନ୍ଦେ ଭାରତ ଜନନୀ

1 min
340



ବନ୍ଦେ ଭାରତ ଜନନୀ

        ବନ୍ଦେ ଭାରତ ଜନନୀ

ବୀର ପ୍ରସବିନୀ ଚିର ଆହ୍ଲାଦିନୀ

      ଅନନ୍ୟ ସୁଷମା ଶାଳିନୀ ।

  ବନ୍ଦେ ଭାରତ ଜନନୀ।0।


ଶିରେ ହିମାଚଳ କଟିଦେଶେ ବିନ୍ଧ୍ୟ

      ଚରଣେ ତୋ ମହା ସାଗର

ସବୁଜ ବନାନୀ ସୁମଣ୍ଡିତା ଶାଳି

      କୋଟି ପୁଣ୍ୟ ତୀର୍ଥ ନିର୍ଝର 

କେତେଭାଷା କେତେ ସଂସ୍କୃତିର ଗାଥା

      ଧରିଅଛୁ ବିଶ୍ୱ ମୋହିନୀ ।

  ବନ୍ଦେ ଭାରତ ଜନନୀ।୧।


ତୋର ମହିମାର ନାହିଁ ପଟାନ୍ତର

         ଯଶ ଗଉରବ ଧାରିଣୀ

ପୁଣ୍ୟ ତୀର୍ଥ ତୋର ପବିତ୍ର ପରଶେ

      କୋଟି ହୃଦୟ ରେ ବନ୍ଦିନୀ 

ତୋର ମହାନତା କିଏ ବା କଳିବ

      ତୋପାଇଁ ସୁନ୍ଦର ଅବନୀ ।

  ବନ୍ଦେ ଭାରତ ଜନନୀ।୨।


ଧର୍ମ ଦର୍ଶନ ରେ ବିଶ୍ୱକୁ ମୋହିଛୁ

       କୀରତୀ ର ସୌଧ ଗଢିଛୁ

ଗୋଟିଏ ସୂତାରେ ମାଳା ଟିଏ ସତେ

        ମମତାରେ ବାନ୍ଧି ରଖିଛୁ

ଅନୁପମା ତୁହି ସୁଷମା ସମ୍ଭାରେ

      ବିରାଜିଛୁ ଚାରୁ ହାସିନୀ ।

  ବନ୍ଦେ ଭାରତ ଜନନୀ।୩।



Rate this content
Log in