Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Kishore Rout

Others

4  

Pratap Kishore Rout

Others

ଗୁରୁ

ଗୁରୁ

1 min
335



ଗୁରୁ ହିଁ ଅଟନ୍ତି ଭଗବାନ ଙ୍କର

   ଦିବ୍ୟ ସାକାର ମୁରତୀ

ତାଙ୍କରି ଆଶୀଷ ମଥାପରେ ଥିଲେ

   ତୁଟିଯାଏ ଭବ ଭୀତି ।


ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର

   ମଙ୍ଗଳ ର ଆବାହକ

ଗ୍ରୁରୁବିନା ଗତି ନାହିଁ ଏ ଜୀବନେ

   ସେଯେ ପଥ ପ୍ରଦର୍ଶକ।


ହୃଦୟ ରେ ଥିବା ଅମା ଅନ୍ଧକାର

  ଦୁରେଇ ଦିଅନ୍ତି ସେହି

ଜୀବନ ପଥକୁ ନିଷ୍କଣ୍ଟକ କରି

   ସୁମନ ରେ ଭରିଦେଇ ।


ଗୁରୁ ଓ ଗୋବିନ୍ଦ ଏକ ଓ ଅଭିନ୍ନ

   ପ୍ରଥମ ରେ ଗୁରୁ ପୂଜା

ଗୁରୁହିଁ ବତାନ୍ତି ଉଚିତ ମାର୍ଗ ଟି

   ଈଶ୍ୱର ଙ୍କୁ ହେଲେ ଖୋଜା ।


ଭଗବାନ ରାମ କୃଷ୍ଣ ବୁଦ୍ଧ ଯୀଶୁ

   ଗୁରୁଙ୍କୁ ଗ୍ରହଣ କରି

କେତେଯେ ମହାନ ଗୁରୁଙ୍କ ଆଶୀଷ

  ବୁଝାଇଛନ୍ତି ବିସ୍ତାରି ।


ଶିଷ୍ୟ ଏକଲବ୍ୟ ଉପମନ୍ୟୁ କର୍ଣ୍ଣ

   ଗୁରୁଭକ୍ତି ର ବଳରେ

ଅସାଧ୍ୟ ସାଧନ କରିଯାଇଛନ୍ତି

   କଥା ରହିଛି ମହୀରେ ।


ଗୁରୁଙ୍କ ଆଦେଶ ମଥାରେ ବହିଲେ

    ବାଧାବିଘ୍ନ ହଟି ଯାଏ 

ଜୀବନ ବିତଇ ସୁଖ ଓ ଶାନ୍ତିରେ

   ବିଭୁ କୃପା ମିଳିଥାଏ ।


ଗୁରୁ ପାଦେ ଭକ୍ତି ମତି କୁ ଅରପି

   ଜୀବନକୁ ଧନ୍ୟ କର

ଗୁରୁ ବିନା ଏଇ ଜୀବନ ର ପଥ

   ଲାଗଇ ନିଶ୍ଚେ ଅନ୍ଧାର ।



Rate this content
Log in