STORYMIRROR

Monalisa Maharana

Romance

4  

Monalisa Maharana

Romance

ପ୍ରେମିକା ମୁଁ ତୁମର

ପ୍ରେମିକା ମୁଁ ତୁମର

1 min
236

‘ତୁମେ ମୋର ’ ଏହାର ପରିବର୍ତ୍ତନ ହୋଇ କେବେ ଠାରୁ ଯେ ମୁଁ କହିବାକୁ ଲାଗେ ମୁଁ ତୁମର। 

ତୁମକୁ ପାଇବାର ସ୍ବପ୍ନ ଛାଡ଼ି, 

ତୁମ ଠାରେ ତଲିନ ହେବାକୁ ସ୍ବପ୍ନ ଦେଖେ। 

କାହିଁକି ନା ପ୍ରେମିକା ମୁଁ ତୁମର। 


ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପି ଦେଇ,

ତୁମ ପ୍ରେମ ପିପାସୀ ହେବାକୁ ଚାହେଁ ,

ଦେବାକୁ ଚାହେଁ ନାହିଁ ମୁଁ ବରଣ ମାଲା, 

ହେଲେ ହେବାକୁ ଚାହେଁ ଗଳାର ମାଳା। 

କାହିଁକି ନା ପ୍ରେମିକା ମୁଁ ତୁମର


ଇଚ୍ଛା ନାହିଁ ପ୍ରତିଷ୍ଠା ହେବା ପାଇଁ ତୁମ ବାମପକ୍ଷରେ

ଇଚ୍ଛା ତ କେବଳ ପ୍ରତିଷ୍ଠା ହେବା ପାଇଁ ତୁମ ହୃଦୟରେ

ଇଛା ନାହିଁ ସମାଜରେ ସଜିବା ପାଇଁ କୁଳଟା ନାରୀ

ଇଚ୍ଛା ତ କେବଳ ହେବା ପାଇଁ ତୁମ ପ୍ରେମ ପାଗଳି

କାହିଁକି ନା ପ୍ରେମିକା ମୁଁ ତୁମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance