STORYMIRROR

Monalisa Maharana

Inspirational

3  

Monalisa Maharana

Inspirational

ଫବ୍ଲୋ ନରୁଦ

ଫବ୍ଲୋ ନରୁଦ

1 min
212

ତମର ପାଦଦ୍ୱୟର ଦର୍ଶନ

ତମ ମୁଖ ମଣ୍ଡଳ ଠାରୁ କାହିଁକି

ମୋତେ ଅଧିକ ଆକର୍ଷିତ କରେ

ମୁଁ ତାହା ଜାଣେନି,

ବୋଧହୁଏ ଜିଜ୍ଞାସାର

ବହିର୍ଭୁତ ରେ ମୋ ପ୍ରଶ୍ନର ଉତ୍ତର,

ତଥାପି ମୁଁ ଖୋଜି ଚାଲେ

ନଈ ବାଲିର ବିସ୍ତୃତ ସୀମାନ୍ତରେ,

ଆକାଶର ସୁନୀଳ ବକ୍ଷରେ,

ଓ ଗାଁ ମଝିରେ ଥିବା

ଝଙ୍କାଳିଆ ବରଗଛର ଶୀତଳ ଛାଇରେ ।


ହାଡୁଆ ପଦର ଆଙ୍ଗୁଳି

ଉପବିଷ୍ଟ ନଖର କୋଣରେ

ଜମିଥିବା କିଛି ପାଣିକାଦୁଅର ବାଲି,

ଲଣ୍ଠନର କ୍ଷୀଣ ଆଲୁଅରେ

ତାକୁ ଦେଖିବାର ପ୍ରଯତ୍ନ

କେବେକେବେ ଯନ୍ତ୍ରଣା ଦିଏ

କାରଣ ତୁମର ସେହି ଛୋଟ ପାଦ

ଦୁନିଆଁର କଷ୍ଟ ସହିବାକୁ ଅସମର୍ଥ ।


ଜାଣି ଆଶ୍ଚର୍ଯ୍ୟ ଲାଗେ

କିପରି ଏ ଶରୀରର ଭାର

କ୍ଷୁଦ୍ର ଦୁଇ ପାଦରେ ଦମ୍ଭ ଧାରଣକରେ?

ଛାତିରେ ହାଡ ଉପରେ ଥିବା

ଚର୍ମ ଆବୃତ୍ତ ସ୍ତନ କୁ ବହନ କରେ,

ସରୁଆ ଅଣ୍ଟାର ପ୍ରକୋଷ୍ଠ ରେ

ସଂଲଗ୍ନ ହୋଇ କେମିତି

ଜୀବନର ଗତିପଥରେ ଚାଲିଯାଏ,

ସବୁକିଛି ଦ୍ବିଧାରେ ପକାଏ

କିନ୍ତୁ କିଛିଟା ମୁହୂର୍ତ ପାଇଁ ଜାଣି ଖୁସିଲାଗେ

ଯେ ତୁମ ଶରୀରର ଭାର

ଏ କ୍ଷୁଦ୍ର ହାଡୁଆ ପାଦ ଦୁଇଟି ଉପରେ ।


କାଇଞ୍ଚ ଭଳି ତମ ଆଖି

ସବୁଦେଖେ ସବୁଜାଣେ,

ସମୟେ ସମୟେ ନିରବ ରୁହେ,

କାହିଁକିନା ସମାଜ କୁଆଡେ

ନାରୀର ନିମ୍ନ ଭାଗ ଅପେକ୍ଷା

ଅଗ୍ର ଭାଗକୁ ଅଧିକ ନିରୀକ୍ଷୀ ଦେଖେ,

ଆରୋପ କରିଦିଏ ତା ମୁଣ୍ଡରେ

କଳଙ୍କିନି ର ଅଲିଭା ଦାଗ ।


ଖୁସି ଲାଗେ ବହୁତ

ତମେବି ଚାଲିପାର, ତମେବି ଚାଲିପାର

ନିଜର ସ୍ୱତନ୍ତ୍ର ଭଙ୍ଗୀରେ,

ଅନ୍ୟ ମାନଙ୍କ ଠାରୁ ଭିର୍ନ୍ନ ହୋଇ,

ସମାଜରୁ ବାସନ୍ଦ ହୋଇ

ସମାଜରେ ମୁଣ୍ଡ ଟେକି, ଛାତି ଫୁଲାଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational