STORYMIRROR

Monalisa Maharana

Others

3  

Monalisa Maharana

Others

ମୂଲିଆ ଓ ଭୋକ

ମୂଲିଆ ଓ ଭୋକ

1 min
143

ସଂସାର ହାଟରେ ସିନା ଲୋକ ଭେଳା ଭେଳା,

ହେଲେ ସଂଗ୍ରାମ ହାଟରେ,

ନୀରବ ସଂଗ୍ରାମୀ ମୁଁ ଏକା ଏକା

ମିଛର ଗଳିରେ ପାଦ ରଖି,

ଯେବେ ସତ୍ୟର ସନ୍ଧାନ କରେ,

ସତ୍ୟକୁ ପାଏ ମଧ୍ୟ ମୁଁ ଏକା ଏକା

ସହରର ପ୍ରତିଟି ଗଳିରେ

ଗରୀବର ଆର୍ତ୍ତ ନାଦ ଶୁଭେ

ହେଲେ ଶୁଭେ ନାହିଁ ପ୍ରତିବାଦର ଶବ୍ଦ

କିଏ ସେ ତୁମେ

କୋଉଠୁ ଆସିଲ

କାହିଁକି ଆସିଲ

ତୁମ ବଡ଼ ବଡ଼ ଅଟାଳିକାରେ

ଲୁଚିଗଲା ମୋ କୁଡିଆ ଘର

ତୁମେ ଏତେ ଭୋକିଲା ଯେ,

ଆକଣ୍ଠ ଆହାର କରି,

ପୁଣି ଆହାର କଲ ମୋ ଅଧିକାରର ପୋଥି

ଦେଖୁଥିଲି ଆଉ ଦେଖୁଛି

ଭୋକ ପାଇଁ ଏଠି ଭାରି ରାଜନୀତି,

ଦେଖି ନାହିଁ ଭୋକିଲାକୁ କିଏ ପଖାଳ ବାଢିଛି

ମୂଲିଆ ଆଉ ଭୋକ ଭିତରେ ଆସି

ଦେଖାଇ ଦିଅ ରାଜନୀତିର କରାମତୀ

ସକାଳୁ ଆକାଶରେ ରବି,

ଆଉ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର,

ପଖାଳ କଂସା କଥା ମନେ ପଡେ

ଭୁଲି ଯାଏ କି ଏହା ପ୍ରକୃତିର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍