ଆଇନା ଆଗରେ ମୁଁ
ଆଇନା ଆଗରେ ମୁଁ
ଆଇନା ଆଗରେ ବସି ଯେବେ ଯେବେ କେଶ ସଜାଡେ।
ମୋ ନୟନ କୁହେ-
ମୁଁ ତୁମକୁ ଦେଖେନା,
ତୁମଠୁ ଅଧିକ ତୁମର ସେ ଅସଜଡା କେଶ।
ହେଲେ ଆଇନାକୁ ଦେଖି ତୁମେ ତାର ଭାଙ୍ଗ ସଜାଡି ପାରନା।
ହସ ଲାଗେ ମୋତେ.......
ଆଇନରେ ମୋତେ ଦେଖି ମୋ ଚକ୍ଷୁ ମୋତେ କିପରି ପରିହାସ କରେ।
ମୁଁ ପୁଣି କୁହେ,
ତୁମକୁ ମୋ କେଶ ଅସଜଡା ଲାଗୁଛି ଏଠି ମୋ ଜୀବନଟା ପୁରା ଅସଜଡା।
ହେଇ ପାରନ୍ତା କି ଏ ଅସଜଡା କେଶ ମଧ୍ୟରେ ଭାଙ୍ଗ ଖୋଜୁ ଖୋଜୁ ଜୀବନର ଭାଙ୍ଗ ପାଇ ଯାଆନ୍ତି କି !
ପୁଣି ଆଇନା ଆଡ଼କୁ କଣେଇ ଅନେଇ କୁହେ।
ଶୁଣ,
ମଥାର ଭାଙ୍ଗଟା କେଉଁ ଠାରେ ଶୋଭା ଦେବ
ଆଇନା ମଧ୍ୟରେ,
କି ଜୀବନରେ,
ନା ଚେହେରାରେ।
ମଥା ତ ସଜାଡି ହେଇଯିବ।
ହେଲେ ମୋ ଜୀବନ ?
କେଶ ସଜାଡ଼ିବା ପାଇଁ ତ ପାନିଆ ମିଳି ଯିବ
ହେଲେ ଜୀବନ ସଜାଡ଼ିବା ପାଇଁ ?