STORYMIRROR

Monalisa Maharana

Inspirational

3  

Monalisa Maharana

Inspirational

ଏକାକୀ ଜୀବନେ

ଏକାକୀ ଜୀବନେ

1 min
242

କେବେ ତୁମ ସହ ଦେଖା ହେଲେ କହିବି ସେ କଥା,

ଯାହା ଏ ଏକାକୀ ଜୀବନରେ ଭାବେ ଦେବା ପାଇଁ କିଛି ମୋର ଗାଥା।

 

ଢେଉଟିଏ ଭଙ୍ଗିବାକୁ କିପରି ନୁଆଇବାକୁ ପଡେ ମଥା। 

କିପରି ପୁଞ୍ଜିପତିର ଅତ୍ୟାଚାର ସହି ଦେହ ମୋର ହୋଇଯାଏ ବ୍ୟଥା। 


ପ୍ରାକୃତିକ ବିପର୍ଯ୍ୟୟ ପାର କରିବା ପାଇଁ ଇଗଲ କିପରି ଉପରକୁ ଉଠି ତିଆରି କରେ ଅତିକ୍ରମର ରାସ୍ତା। 

ଆଜିର ଅରାଜକତା ଶାସନ ପରିଶରରେ କିପରି ଖୋଜି ବୁଲେ ଜଣେ ସାମ୍ୟବାଦୀର ଗାଥା। 


ଘୋର ଅନ୍ଧାରରେ ନିଜକୁ ହଜେଇ କିପରି ସିନ୍ଦୂରିତ ସକାଳକୁ ଖୋଜି ଆଣିବାର କଥା। 

ଅଶ୍ଳୀଳ ସମାଜ କିପରି ନିଜର ଉଦେଶ୍ୟ ହାସଲ ପାଇଁ ପ୍ରତାରିତ କରେ। 


ଝଡରେ ଉଜୁଡ଼ି ଯାଇ ଥିବା ସଂସାରରେ ଗଛବୃକ୍ଷ ଇଟପଥର ଆଉ ଶବର ଭିଡ଼ ଭିତରେ ପୁଣି ସର୍ଜନା ପାଇଁ ଅଣ୍ଟା ଭିଡ଼ି ଥିବା ସାଧାରଣ ମଣିଷର ଗାଥା। 


 ଦେଖା ହେଲେ ଆହୁରି କହିବି,


କିପରି ଗରିବୀ ଭଳି ରୋଗ ଏ ମହାମାରୀରେ ଆହୁରି ପୀଡ଼ା ଦିଏ। 

ପୁଞ୍ଜି ପତି ମାନଙ୍କ ଦ୍ଵାରା କିପରି ପ୍ରତାରିତ ହୁଏ ମୋ ସମାଜ,ଆଉ ଏ ମୋର ଚକ୍ଷୁ କିପରି କିପରି କଳା ପଟି ବାନ୍ଧି ଦେଖିଚାଲେ। 


ମହର୍ଘ୍ୟ ବେଦ ମନ୍ତ୍ର ଉଚ୍ଚାରଣ କରି କିପରି ଏଠି ଚାଲେ ଲୁଣ୍ଠନ। 


ଓଃ !


ଆଉ କଣ କହିବି ତୁମକୁ


ଏଠାରେ ତ ଭାଙ୍ଗି ଥିବା କୋଣାର୍କ ବିଚଳିତ ହୁଏ କହିବା ପାଇଁ ତାର ଅବଶିଷ୍ଟ ଗାଥା। 


ଏ ନିଷ୍ଠୁର ସମାଜରେ କିପରି ପ୍ରତିବାଦ କରିବି ଜାଣି ପାରେନା। 


ଏଠି ପ୍ରେମୀ ମଧ୍ୟ ପ୍ରତାରିତ ହୁଏ। 


ହୃଦୟ ଭାଙ୍ଗିବା ଅଭିଯୋଗରେ ଆଜୀବନ ସଜା ଭୋଗ କରୁଥିବା କଏଦୀର ପ୍ରୀତି ଆଉ ପ୍ରତ୍ୟୟର ବୃକ୍ଷ ରୋପଣ ଗାଥା। 


କହିବାକୁ ଅଛି ତ ଏଠି ଆନେକ୍ କଥା 

ହେଲେ ଶୁଣି ବାକୁ ନାହାନ୍ତି ଜନତା। 


ଏକାକ ଜୀବନ ଜିଁବା ଯେ କେତେ କଷ୍ଟ ତାହା ବର୍ଣ୍ଣନା କରିବା ହୋଇଯାଏ ବ୍ୟଥା। 

 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational