STORYMIRROR

Dr Baman Chandra Dixit

Abstract Romance

4  

Dr Baman Chandra Dixit

Abstract Romance

ପ୍ରେମ ବୋଲି କୁହ ଯାହା

ପ୍ରେମ ବୋଲି କୁହ ଯାହା

1 min
219

ଏଠି ପ୍ରେମ ନାମେ ମିଳେ ପ୍ରତାରଣା

ଭଲପାଇବା ଟା ଖାଲି ଅଭିନୟ,

ମନ ଭରିଗଲେ ଧନ ସରିଗଲେ

ଧରାପଡିଯାଏ ସ୍ୱାର୍ଥୀ ଅଭିପ୍ରାୟ।।


ରସାଳିଆ ଆଶା ନିଶା ନେସା ଭାଷା

ଆବେଗ ବତୁରା ଭାବ ଅନୁଭବ।

କଅଁଳା ମାୟାକୁ ସାଉଁଳା କାୟକୁ

ବହଲେଇ ମୋହିବାର ଆବଭାଵ।

ମୁଖର ନିଃଶ୍ବାସ ପ୍ରଖର ପ୍ରଶ୍ୱାସ

ନିବିଡ଼ ନିରବତାର ସମନ୍ୱୟ।।


ସର୍ଵସ୍ୱାନ୍ତ କ୍ଳାନ୍ତ ଭ୍ରାନ୍ତ ସମୟକୁ

ନିରେଖିଲେ ଆଖି ପାଣି ଝରିଯାଏ।

ପରଖି ଦେଖିଲେ ହତ ପ୍ରତ୍ୟୟକୁ

ଆହତ ଅତୀତ ମରି ମରିଯାଏ।

ଚିରା ଛାତି କଥା କେରାକେରା ବ୍ୟଥା

କହି ବହିଯାଏ ଧାରେ ଆଖି ଲୁହ ।।


ଯଦି ଶେଫାଳୀକୁ ଝରିବାର ଥିଲା

ତେବେ କାହିଁକି ରାତିଏ ଅଭିଶାର!

ଦିବା-ଚାନ୍ଦ କହୁଥିଲା କାନ୍ଦ କାନ୍ଦ

ଫିକା ଜୋଛନା ମୂର୍ଚ୍ଛନା ମଲା ସ୍ୱର।

ତୃଷା ଲାଳସାର ଆଶା ପ୍ରତ୍ୟାଶାର,

ଅସରା ଆସର ବିରହ ର କୋହ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract