STORYMIRROR

Chittaranjan Nanda

Abstract Romance Others

4  

Chittaranjan Nanda

Abstract Romance Others

ସୌନ୍ଦର୍ଯ୍ୟମୟ ସଂସାର ପାଇଁ ପ୍ରେମ

ସୌନ୍ଦର୍ଯ୍ୟମୟ ସଂସାର ପାଇଁ ପ୍ରେମ

1 min
409


ପଞ୍ଚ ତତ୍ତ୍ୱକୁ ନେଇ ଗଢ଼ା ଏଇ 

ଆମରି ଶରୀର 

ଇର୍ଷା, ଦ୍ୱେଷ ଓ ଲୋଭ ରହି

ଥାଏ ମଣିଷ ସାଥିର |୧|


କାମନା ବାସନା ଭର୍ତ୍ତି ହୋଇ 

ରହିବ ମନ ଭିତରେ

ତାହା ଚଳ ଚଂଚଳ ହୁଏ ପ୍ରେମ

ର ମଳୟ ପରଶରେ |୨|


ପାଦ ଦେବା ପାଇଁ ମନ ହୁଏ 

ଅଳକା ପୁରୀରେ

ଦେହରେ ରକ୍ତର ଉତ୍ତାପ ବୃଦ୍ଧି 

ହୁଏ ତା ପ୍ରଭାବରେ |୩|


ନାରୀ ହସରେ ଫଗୁଣ ଆସେ 

ନରର ମନରେ

ତାର ମଳୟ ପବନ ଦେହକୁ 

ଛୁଇଁଗଲେ ଥରେ |୪|


ସକାଳରେ, ସଞ୍ଜରେ, ପାହାନ୍ତି 

ଓ ରାତିରେ

ଜାଗରଣରେ ଅବା ସ୍ବପ୍ନରେ ତ

ରହେ ହୃଦୟରେ |୫|


ଏ ମନର ଦୁଆର, ନାହିଁ ପରା

କବାଟ ସେଥିରେ 

ପ୍ରତିକ୍ଷଣ ଖୋଲା, ସୁଖ ଭରି 

ଆନନ୍ଦ ଆଣେରେ |୬|


ଘୁରି ଘୁରି କଟି ଯାଏ ସମୟ 

କେତେ ପ୍ରତୀକ୍ଷାରେ

ଏଇତ ପ୍ରେମର ପରିଭାଷା, 

ଥାଏ ନିଷ୍ପାପ ଇଛାରେ |୭|


ମନେ ପକାଇଲେ ଆପଣାର 

ହୋଇ କିଏ

ମନଟା ଭାରି ପରା ଗୁଡେଇ 

ତୁଡେଇ ହୁଏ |୮|


ଜାଣି ପାରିବି କି କିଏ କାହାର 

ମନର ଭାବନାକୁ

ପ୍ରଶ୍ନ ପରେ ପ୍ରଶ୍ନ ଗୁଡା ଆସଇ

ଖାଲି ମଥାକୁ |୯|


କାହିଁକି କେଜାଣି ଭାରି ବିକଳ 

ଲାଗେ ମନରେ

ନିଦ ନହୁଅଇ ଭାବନା ଭିତରେ 

ନିଶବ୍ଦ ରାତିରେ |୧୦|


ଜହ୍ନ ରାତ୍ରରେ ସ୍ୱୟଂ ନୟନେ 

ଚାହେଁ ଆକାଶକୁ

ନିରବରେ ବସି ଗଣୁ ଥାଏ ଖାଲି 

ତାରା ମାନଙ୍କୁ |୧୧|


ପ୍ରଶ୍ନ,ଏହି ଭାବନା କଅଣ ସତ୍ୟ 

କିମ୍ବା ଅଲୌକିକ

ହୋଇପାରେ ପ୍ରତାରଣା ଅବା ମନ 

ସ୍ୱପ୍ନର ପ୍ରତୀକ |୧୨|


ଏହି ଆନନ୍ଦର ଜୁଆର ଉନ୍ମୁକ୍ତ, 

ସଭିଙ୍କୁ ସ୍ୱାଗତ କରେ

କିଛି ଲୋକ ମାନନ୍ତିନି ଖାଲି ତ

ନିଜ ମିଥ୍ୟା ପ୍ରବୃତ୍ତିରେ |୧୩|


ଏ ସତ କଥାକୁ ମାନ ବା ନମାନ,

ହେଉଛି ପ୍ରକୃତ ପ୍ରେମର

ସୁଵିଚାର ସତ ଚିନ୍ତା ହେଉଛି ସଦା

ମାଧ୍ୟମ ପ୍ରେମ କଳ୍ପନାର |୧୪|


ପିଲାବେଳ ତିଆରି ବାଲିଘର ଭାଙ୍ଗିବା 

ପରି ନୁହେଁ ପ୍ରେମର ସ୍ଥିତି

ଏକ ସୁନ୍ଦର ଆନନ୍ଦମୟ ସୌନ୍ଦର୍ଯ୍ୟମୟ 

ସଂସାର ପାଇଁ ପ୍ରେମର ସୃଷ୍ଟି |୧୫|


Rate this content
Log in

Similar oriya poem from Abstract