କର୍ମ
କର୍ମ
କର୍ମରୁ ଆରମ୍ଭ କର୍ମରେ ହିଁ ଶେଷ
ଏହି ମଣିଷ ଜୀବନ
ପୁର୍ଣ୍ୟ ଥାଏ ସେଠି. ପାପ ଥାଏ ସେଠି
ଥାଏ ତାର ବିଭାଜନ |l
ସୁପ୍ତ ରୁ ଜାଗ୍ରତ ଜାଗ୍ରତ ରୁ ସୁପ୍ତ
ଏହି ତ ବିଧାନ
ବିଧାନ ର ଲିପି। ହେଇଯାଏ ଛାପି
ଗଢିଥାଏ କପାଳ ଲିଖନ ||
ଦୁଃଖ ଯିଏ ପାଏ ସିଏ କହୁଥାଏ
ଭାଗ୍ୟରେ ଥିଲା ମୋ ଏହି
ବୁଝେନି କର୍ମକୁ ଜାଣେନି ନିଜକୁ
ବାଧ୍ୟରେ କଷ୍ଟ ଯାଏ ସହି |
ସୁଖ ପାଇବାର ଖୁସି ରହିବାର
ଏକମାତ୍ର ନାମ
ଇର୍ଷାରେ ନ ଜଳି। ଦୁଃଖ କୁ ଭୁଲି
ଚାଲ କରି ସତକର୍ମ ||
କର୍ମର ନାହିଁ ଆଦି। ନାହଁ ଯେ ଅନ୍ତ
ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ
ଜୀବ ଜଗତର ସାଥି। କେବେ ସେ ଅସ୍ଥିର
କେବେ ପୁଣି ଶାନ୍ତ |
ମନର ଆଜ୍ଞାଧୀନ। ହୁଦ୍ରୟର ବିଶ୍ୱସ୍ତ
ଦୁହିଁଙ୍କ ପାଇଁ କର୍ମ ସମାନ
ଯିଏ କହେ ଯେତେଥର। କରେ ନିରନ୍ତର
ଅକ୍ଷରେ ଅକ୍ଷରେ ପାଳନ ||
ଅପୂର୍ବ ବାସ୍ନା ସିଏ ଚମକାଏ ଚତୃର୍ଦିଗେ
ସୃଷ୍ଟି କରେ ସିଏ ପ୍ରତିଭା
ବଣମଲ୍ଲି ଫୁଟି। ବଣରେ ମରଇ
ଭାଗ୍ୟେ ନାହିଁ ତା ଠାକୁରଙ୍କ ସେବା |
ବଦଳୁଛି ପାଗ ବଦଳୁଛି ଦୁନିଆ
ହେଲେ ବଦଳାଅ ନାହିଁ କର୍ମ
ହସ ଦେବା ପାଇଁ ଅନ୍ୟର ମୁଁହରେ
ସଦା କର ପରିଶ୍ରମ ।।
ଜାଣିନି କେବେ ମୁଁ କଣ କରିଛି
ଏ ପର୍ଯ୍ୟନ୍ତ ଜୀବନ ରେ
କିଏ କରେ ଘୃଣା କାହା ପାଇଁ ଅଜଣା
ଆଉ କିଏ ମତେ ଝୁରେ ||