STORYMIRROR

ବିଶ୍ବମ୍ବର ବେହେରା

Abstract Classics Others

3  

ବିଶ୍ବମ୍ବର ବେହେରା

Abstract Classics Others

ଏବେ ବି ଅପେକ୍ଷା

ଏବେ ବି ଅପେକ୍ଷା

1 min
188

ସକାଳ ହେଲେ ଯେମିତି ଭଅଁର ଖୋଜେ ଫୁଲକୁ


ମଦୁଆ ଖୋଜେ ମଦକୁ


ସାଗର ଖୋଳେ ନଈକୁ


ସେମିତି ଖୋଜେ ମୁଁ ତୁମକୁ ।


ପ୍ରତିଦିନ, ଯେପରି ପାଠୁଆ ଘୋଷେ ତା ପାଠକୁ


ଭକତ ଘୋଷେ ହରି ନାମକୁ


କୋଇଲି ଘୋଷେ କୁହୁକୁହୁକୁ


ସେପରି ନିରବେ ଘୋଷେ ମୁଁ ତୁମ ପ୍ରେମକୁ ।



ଲୋଭରେ,ଯେପରି ବାଛୁରୀ ଧାଏଁ ଗାଈ ପାଖକୁ ।


ମହୁମାଛି ଛୁଟେ ଫୁଲ ପାଶକୁ


ଚାଷି ଧାଇଁ ଯାଏ ବିଲ ମୁଣ୍ଡକୁ ସେପରି ଧାଇଁଯାଏ ମୁଁ ତୁମ କୋଳକୁ ।।


ସଂନ୍ଧ୍ୟାହେଲେ, ଯେମିତି, ପକ୍ଷୀଫେରି ଆସେ ତା ବସାକୁ


ରବି ଫେରି ଯାଏ ମାଆ କୋଳକୁ


ସଂନ୍ଧ୍ୟାଦେବୀ ଫେରେ ରାତି ପାଖକୁ ସେମିତି, ତୁମେ ଫେରିଆସ ମୋ ପାଖକୁ ।



ପାଗଳ ପରା, ଯେପରି ଉଚ୍ଚତ ଚାହେଁ ଭଗବାନକୁ


ଭୋକିଲା ଚାହିଁ ଥାଏ ଅନ୍ନକୁ


ପରୀକ୍ଷାର୍ଥୀ ଜାହେଁ କଲା ଫଳକୁ


ସେମିତି ଚାହିଁଛି ତୁମ ଆସିବା ବେଳକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract