Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kangali Sethy

Romance

4.5  

Kangali Sethy

Romance

କବିତା

କବିତା

1 min
251


କବିତା ଗୋ !ତୁମେ କାବ୍ୟ ନାୟିକା

 ଚେହେରାରେ ଚଉଦାଳୀ

ରମ୍ୟସୁନ୍ଦର ପାରିଜାତ ବନ

  ଚେତନାରେ ଚଇତାଳି ।

କଳ୍ପନା ବିଳାସୀ କାଉଁରୀ କାମନା

 ଶବ୍ଦ ସମୁଦ୍ରର ଢେଉ

ବିରହ ବିଷାଦ ବିଚ୍ଛେଦ ମିଳନ

 ପ୍ରୀତି ପିଆଲାର ମହୁ ।

ଶାମୁକା ସ୍ୱପ୍ନର ସୁପ୍ତ ଧରିତ୍ରୀ

ମଧୁର ମର୍ମର ଗୀତି

ସ୍ପନ୍ଦନ ତୁମେ କମ୍ପନ ତୁମେ

   ଅଲିଭା ସ୍ଵାକ୍ଷର ସ୍ମୃତି ।

ପ୍ରଳାପ ତୁମର ପ୍ରଣୟ ଗୀତିକା

   ସଂଳାପେ ସମ୍ପର୍କ ସେତୁ

ଲାଜକୁଳି ଲତା ଲାବଣ୍ୟବତୀର

   ରଙ୍ଗଣୀ ଫୁଲର ଋତୁ ।

କଳ୍ପନାର କୁଞ୍ଜ ମଧୁକ୍ଷରାଲଗ୍ନ

  ମହୁଆ ମାଦକ ଭରା

କବି ମାନସର କାବ୍ୟ କଉସ୍ତୁଭ

  ଲକ୍ଷେହୀରା ପ୍ରାଚୀତାରା ।


   


Rate this content
Log in

Similar oriya poem from Romance