Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kangali Sethy

Others

2.8  

Kangali Sethy

Others

ମହିଷାମର୍ଦ୍ଦିନୀ ମା' ସିଂହବାହିନୀ

ମହିଷାମର୍ଦ୍ଦିନୀ ମା' ସିଂହବାହିନୀ

1 min
111



ଲୋପ ପାଇଲାଣି ଧରାରୁ ଧରମ

 କରମ ହେଲାଣି ବାମ

ଅନୀତି ଦୁର୍ନିତି ପାପ କରାମତି

 ବଢି ଚାଲେ ରୋଗ ସମ ।

ସୀମାର ବିବାଦ ଭୟାନକ ଯୁଦ୍ଧ

 ପୃଥି ଲୋପ ହେବା ପ୍ରାୟ

କଳି କାଳ ଶେଷ ପାପିଙ୍କ ବିନାଶ

 ପାଇଁ ନାହିଁ ବରାଭୟ ।

ଦ୍ଵାରିକାର ଦ୍ଵାରେ ଦ୍ଵିପହର ଏବେ

 ଗୋପରେ ମ୍ଳାନ ଗୋଧୂଳି

ମଉଳି ଯାଉଛି ମମତା ବନ୍ଧନ

 ବାସ ହୀନ ସଜ ଶେଫାଳୀ ।

ଆସ ମା' ଦୁର୍ଗ଼େ ଦୁର୍ଗତିନାଶିନୀ

 ଘଡିସନ୍ଧି ମୁହୂର୍ତ୍ତରେ

ପାପିଙ୍କ ବିନାଶ କର ଏ ଧରାରୁ

 ତୁମ ତୀକ୍ଷ୍ମ ଅସି ଧାରେ ।

ସଜାଇ ଦିଅ ମା' ସଜ ସପନର

 ଅମୃତ ସରଗ ଧାମ

ସଭକ୍ତି ପ୍ରଣାମ ଘେନ ମହାମାୟା

 ପୂର୍ଣ୍ଣକର ମନସ୍କାମ ।


Rate this content
Log in