STORYMIRROR

Suresh chandra Padhy

Romance

4  

Suresh chandra Padhy

Romance

ପ୍ରିୟା ମୋର

ପ୍ରିୟା ମୋର

1 min
400


ମନ ଖୋଜେ ତୁମକୁ ଗୋ ପ୍ରିୟା

       କାହିଁ ଲୁଚି ଗଲ ତୁମେ

ଜହ୍ନ ବି ଚାହିଁଛି ଆସ ଆସ

       ଜୋସ୍ନା ରେ ଭିଜିବା ଆମେ

ଦୂର ପର୍ବତ ବି ଦେଖିବ ଆମକୁ

        ସାଥି ହୋଇ ବୁଲିବା ଧରି ହାତକୁ

ଭୁଲି ଯିବା ଆସ ପ୍ରିୟା ଜୀବନର ଦୁଃଖ କୁ

       ସ୍ବପ୍ନ ରେ ରହିବା ଭୁଲି ଯିବା ନିଜକୁ ।

ତୁମେ ଭାରି ଲାଜେଇ ହେଉଛ ଫୁଲେଇ

         ଟାଣି ଦେଇ ଅଛ ନାଲି ଓଢଣୀ

କେବେ ତୁମେ ଅଳସି ପୁର୍ଣମିର ଶଶୀ

          ଲେଖି ଦେଉଛ ପ୍ରେମର କାହାଣୀ

ତୋଳି ଦେଇ ଯିବା ସ୍ମୃତିର ବାଲିଘର

          ସାକ୍ଷୀ ରହି ଥିବ ଆମ ଅମର ପ୍ରେମର

ଦେଖିବା ହଜିବା ରହି କଲ୍ପନା ଭିତର

         ତୁମେ ଥିବ ମୁ ଥିବି ଭୁଲିବା ଏଇ ସଂସାର

ତୁମେ ମୋର ସେଇ ମୁକ୍ତ ଆକାଶର ତାରା

        ଉଜ୍ବଳ ହୋଇ ଦିସୁ ଥାଅ ନ ଦେଇ ଧରା 

ମୁ ତୁମ ପାଇଁ ହୋଇ ଆସିଛି ହୀରା

        ଫିଙ୍ଗି ଦେବ ନାହିଁ ମୋତେ ଭାବି କାଚର ପସରା

ଆସ ମୋ ପ୍ରିୟା ବର୍ଷାରେ ଭିଜି ଯିବା

      ଆସିଛି ଶ୍ରାବଣ ମତୁଆଲା ହେବା

ତୁମେ ଭିଜିବ ସାଥି ହୋଇ ନାଚି ଉଠିବା

       ପ୍ରେମ ର ନଇ ରେ ବୁଡି କୂଳ କୁ ଛୁଇଁବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance