STORYMIRROR

Dr Baman Chandra Dixit

Abstract Romance Classics

4  

Dr Baman Chandra Dixit

Abstract Romance Classics

ମେଘ ପାଗଳ

ମେଘ ପାଗଳ

1 min
230

ଅପରୂପ ତୋର ରୂପ ପସରାକୁ

ଅନେଇ ଆକୁଳ ହେଲାଣି

ଫେରି ଯାଉଯାଉ ଲେଉଟିଲା କିଆଁ

ଏ ମେଘ ଟା ପାଗଳ ହେଲାଣି

ଭରାଭରା ଅଙ୍ଗ ରୂପ ରସ ରଙ୍ଗ

ପଲ୍ଲବେ ପଲ୍ଲବେ ପୁଲକ

କଳିକା ମାଳିକା ଲତିକା ବିଥିକା

ଅଙ୍ଗେ ଯଉବନ ଝଲକ

ଟିକି ଟିକି ଟୋପା ଚୁପିଚୁପି କଥା

କାନେ କାନେ କହି ଗଲାଣି

କଳ କଳ ଜଳ ଛଳ ଛଳ କୂ

ପ୍ଲାବିତ ଧାବିତ ଜୁଆର

ଆହ୍ଲାଦ ଉନ୍ମାଦ ପ୍ରୀତି ଗତି ଛନ୍ଦ

ଉନ୍ମତ୍ତ ଉନ୍ମୁକ୍ତ ପ୍ରଖର

ବାଧା ଭେଦି ବନ୍ଧ ଉତ୍ତାଳ ତରଙ୍ଗ

ଲାଜ ଆଜ ଲଙ୍ଘି ଗଲାଣି

ମତି ଅତି ରତି ରୀତି ଲାଳସାକୁ

କି ମତେ ସୀମିତ କରିବ

ଅବଲୋକି ରୂପ ସୌନ୍ଦର୍ଯ୍ୟ ଅମାପ

ଧୈଯ୍ୟ ଧରି ରହି ପାରିବ

କରେ କରି ଗୋରୀ ନକରି କି ଡ଼େରି

ଆଦରେ ଆବୋରି ନେଲାଣି

ପ୍ରୀତି ଗତି ଅତି ପ୍ରଖର ହୋଇଲେ

ସଂଯମ କେସନେ ରହିବ

ମନ ପ୍ରାଣ ବାଣ କାମ କମାଣ ର

ଦାହେ ସିନା ଦେହ ଦହିବ

ମୋହେ ମୋହି ମହୀ-ମହିଳା-ମଣୀ କି

ମେଘେ ମେଘ ଘେରି ନେଲାଣି

ଧନ୍ୟ ଧନ୍ୟ ଧାରା ତୋ ରୂପ ଅସରା

ବାରିଧରେ କରୁ ଅଧିର

ସମର୍ପି ସର୍ବସ୍ୱ ସାଜିବାକୁ ନିସ୍ୱ

ଆସିଲା କି ପ୍ରେମୀ ପ୍ରବର

ସମର୍ପଣେ ପ୍ରେମ ହୁଏ ପୂର୍ଣ୍ଣକାମ

ମହ୍ଲାରେ ମେଘ ମୋହିଲାଣି।।

କବି ବି କରିବ କଲମୁ ଝରିବ

ଶ୍ରୁତି ସୁଧା ନିଧି ନିର୍ଝର

ଦର୍ଶନେ ଶ୍ରବଣେ ଅନୁଭବି ପ୍ରାଣେ

ଭବ୍ୟ କାବ୍ୟ ହେବ ସଂଚାର

ମୁଗ୍ଧ ମନ ପ୍ରାଣ ଲୋମ ଅନୁଲୋମ

ବିରଚେ ବିମୁଗ୍ଧ ଲେଖନୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract