ଫଗୁଣ ପ୍ରଭାତ
ଫଗୁଣ ପ୍ରଭାତ
ପ।ହିଛି ଅନ୍ଧାର , ରାତି ଯାଇ ଅଛି ବିତି
ମଧୁମୟୀ ଶୋଭା ବୋହି ହସୁଛି ପ୍ରକୃତି ।
ଲାସ୍ୟ - ଲାବଣ୍ୟେ ଧଉତ , ଦିଗ ଦିଗନ୍ତର
ପ୍ରସାରେ ଲାଲିମା ବ୍ୟାପୀ , ସୁନୀଳ ଅମ୍ବର ।
କଳ ରୋଳ କରି ଏବେ ପଶୁ ପକ୍ଷୀ ଗଣ
ଶଯ୍ୟା ତେଜି ନିଜ କ।ର୍ଯ୍ୟେ ଦେଉଛନ୍ତି ମନ ।
ପୂରୁବ ଦିଗେ ପ୍ରକୃତି , ଫଗୁ ଖେଳ ରତ
ଦିଗନ୍ତ ଶୋଭାଇ ଦିଏ ମୁରୁଜ ମଣ୍ଡିତ ।
ବିଚିତ୍ର ବର୍ଣ୍ଣ।ଳୀ ଲୀଳା , ବିଭାସେ ମଞ୍ଜୁଳା
ଆଲୋକ ମାଳା ରେ ଦିଶେ , କିବା ଫଗୁ ବୋଳା ।
ବନ କାନନ , ପର୍ବତେ ତରୁ ବ୍ରତତୀ ରେ
ବାଳ ଭାନୁ କରେ କମ୍ର ସୁଷମା ପ୍ରସରେ ।
ଅରୁଣିମା ସ୍ପର୍ଶ ମହୀ - ମହିଳା ର ଶୋଭା
ଅନୁପମ ଉଷା ଲୋକେ ଅତି ମନ ଲୋଭ। ।
ବିଭାସିତ ବେଳୁ ବେଳ ତପନ ମୟୁଖ
ମଧୁ ଝରା ମଧୁ ଋତୁ ଲାଗେ ଅତି ସୁଖ ।

