STORYMIRROR

Sasmita Dash

Romance Others

4  

Sasmita Dash

Romance Others

ପ୍ରେମ

ପ୍ରେମ

1 min
358


ଦୁଇଟି ମନ ଓ ହୃଦୟ ମିଳନେ 

   ପ୍ରେମ ନେଇଥାଏ ଜନ୍ମ, 

     ତନୁ ମିଳନରେ ହୁଏ ନାହିଁ ପ୍ରେମ 

         ଏତ, ମନର ଏକଇ ଭ୍ରମ ।।


ତ୍ୟାଗ, ଯତ୍ନ, ସେବା ଲୋଡିଥାଏ ପ୍ରେମ 

      ଆପୋଷ ରେ ବୁଝାବଣା, 

ରାଣନିୟମ ରେ ବାନ୍ଧି ହୁଏନାହିଁ 

      ନିଷ୍ଠା ସେ ପରଖେ ସିନା ।।


ପ୍ରେମ ରେ ପ୍ରେମ କୁ ଜିଣି ଯାଇ ହୁଏ 

      କ୍ରୋଧ ଟି ତା'ର ବଇରୀ, 

ଅତି ସୁକୁମାର ଜୀବନ ଟି ତା'ର 

      ଛଳନା ରେ ଯାଏ ହାରି ।।


ସଂସାର ଚାଲଇ ପ୍ରେମ ର ବଳରେ 

      ପରିବାର ସାଥେ ନେଇ, 

ପରଷ୍ପର ସ୍ନେହ ପ୍ରେମ ଯହିଁ ଥାଏ 

      ସରଗ ସୁଖ ମିଳଇ ।।


ସେତ ଏମିତିକା ଐଶ୍ବର୍ଯ୍ୟ ଏକ 

      ଖୋଜଇ ନିତ୍ୟ ଯତନ, 

ହଜିଗଲେ ଥରେ ମିଳେନାହିଁ ଆଉ 

      ବିଫଳ ପ୍ରୟାସ ଶ୍ରମ ।।


ଛିଣ୍ଡିଗଲେ ଥରେ ଯୋଡ଼ିହୁଏନାହିଁ 

      ହୁଏ ସେ ଭଙ୍ଗା ଆଇନା 

ସେବା, ସମର୍ପଣ ପ୍ରେମ ର ଜୀବନ 

      କ୍ଷତ ତା କେବେ ଭରେନା ।।


ଅଢ଼େଇ ଦିନର ମଣିଷ ଜୀବନ 

      ତ୍ୟାଗ କର ରାଗ ରୋଷ, 

ସହନଶୀଳତା, ସମର୍ପଣ ଭାବ 

      ବଢାଏ ପ୍ରେମ ର ଆୟୁଷ ।।


ନମ୍ର ସ୍ଵଭାଵ, ମଧୁର ବଚନେ 

      ଅସାଧ୍ୟ ସାଧ୍ୟ ହୁଅଇ 

ଧୀରେ ଧୀରେ ଜଳ ବହିଯାଇ ଥାଏ 

      ପ୍ରସ୍ତରକୁ କାଟିଦେଇ ।।


ପ୍ରେମ ଦିଏ ଶକ୍ତି ପ୍ରେମ ଦିଏ ମୁକ୍ତି 

      ମୋକ୍ଷ ପ୍ରାପ୍ତି ଆଣେ ପ୍ରେମ, 

ପ୍ରେମ ତା ଡୋରିରେ ବାନ୍ଧେ ପ୍ରିୟଜନେ 

      ପ୍ରେମ ବିନା ସବୁ ଶୂନ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance