Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

4  

Sasmita Dash

Others

ଶୀତ ସକାଳ

ଶୀତ ସକାଳ

1 min
220



ଶୀତୁଆ ସକାଳେ ମନ ଖୋଜୁଥାଏ 

ଖରା ର ଉଷୁମ ତାତି, 

ଉଦୟ ଭାନୁ ର କିରଣ ପାଇଁ କି 

ଚାହିଁ ରହିଥାଏ ଆଖି...... ||

       କୁହୁଡ଼ିଆ ପାଗ, ଶିଶିର ର ବିନ୍ଦୁ

       ପଡି ବୃକ୍ଷ ଲତା ଡାଳେ, 

        ଝଟକେ ଶିଶିର ମୁକୁତା ର ସମ 

        ସୂରୁଜ କିରଣ ଯେବେ ତା ତନୁକୁ ଛୁଏଁ. 

କୃଷି ପ୍ରାଣଧନ, କୃଷକ ରତନ 

ହରଷେ ବିଭୋର ହୁଏ, 

କ୍ଷେତରେ ସୁନେଲି ଶସ୍ୟ କୁ ଖୁସିରେ

ଖଳା ପରେ ଆଣି ଥୁଏ...... ||

ଶୀତ ସକାଳ ର ଶୀତୁଆ ଶୀତ କୁ 

ଚାଷୀ ଯେ କେବେ ନ ଡରେ, 

ଅଫୁରନ୍ତ ଆଶା, ଅତୀବ ଆନନ୍ଦ 

କେତେ ସ୍ବପ୍ନ ମନେ ଭରେ...... ||

        ଜିନିଆ, ଡାଲିଆ, ଗୋଲାପ, ଗେଣ୍ଡୁ ରେ 

        ବଗିଚା ସଜେଇ ହୁଏ, 

        ନୂଆ ଧାନେ ମୋର ଲକ୍ଷ୍ମୀ ଠାକୁରାଣୀ 

        ଘରେ ଘରେ ପୂଜା ପାଏ.... || 

        କାର୍ତ୍ତିକର ବ୍ରତ, ପ୍ରଥମାଅଷ୍ଟମୀ, 

        ମାଣବସା ଗୁରୁବାର 

        ଶୀତ ସକାଳ ରେ ଶୀତ ର ସାଥିରେ 

        ସରବେ କର୍ମ ମୁଖର....... ||

ଦୀନଜନ ପାଇଁ ଶୀତୁଆ ସକାଳ 

ଅନେକ ଯାତନା ଦିଏ, 

ଦେହ ଥର ଥର, ଓଠ ଥର ଥର 

କଷ୍ଟ କୁ ସେ ପିଇଯାଏ....... ||

ଭଲ~ମନ୍ଦ, ସୁଖ~ଦୁଃଖ ସାଥେ ନେଇ 

ଶୀତଋତୁ ଆସି ଥାଏ, 

ଜୀବନ ର ଚକ୍ର, ଋତୁଚକ୍ର ସମ 

ପ୍ରକୃତି ସୂଚାଇ ଦିଏ...... ||


Rate this content
Log in