Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

3  

Sasmita Dash

Others

ହେ ଦେବୀ

ହେ ଦେବୀ

1 min
176


ହେ ଦେବୀ

ଦୁର୍ଗତିନାଶିନୀ, ଦୁଃଖ ବିନାଶିନୀ

           ସତ୍ୟ ସନାତନୀ ମା,

ଦୈତ୍ୟ ବିନାଶିନୀ, ମହିଷାମର୍ଦ୍ଦିନୀ

           କାଳ ସ୍ୱରୂପିଣୀ ମା ।

ରୁଦ୍ରାଣୀ, ଭବାନୀ ଚଣ୍ଡୀ ଯେ ଚାମୁଣ୍ଡା

           ନୃମୁଣ୍ଡ ମାଳିନୀ ମା,

କରୁ ଆବାହନୀ, ଦୁର୍ଗା କାତ୍ୟାୟିନୀ

           ଆସ ଦଶଭୁଜା ମା ।

ଅଧର୍ମ ନାଶିନୀ, ଦେବ ତେଜେ ତେଜସ୍ୱିନୀ

          ଶକ୍ତି ସ୍ୱରୂପିଣୀ ମା,

ଜଗତ କଲ୍ୟାଣୀ, ଜ୍ୟୋତି ପ୍ରଦାୟିନୀ

           ତମସା ନାଶିନୀ ମା ।

ଶୈଳପୁତ୍ରୀ, ଚନ୍ଦ୍ରଘଣ୍ଟା, ସ୍କନ୍ଦମାତା

           ବ୍ରହ୍ମହଚାରିଣୀ ତୁ ମା,

କୁସ୍ମାଣ୍ଡା, କାତ୍ୟାୟିନୀ, ମହାଗୌରୀ

         କାଳରାତ୍ରି, ସିଦ୍ଧିପ୍ରଦାୟୀନୀ ମା 

ନବରାତ୍ରେ ନବରୂପେ ପୂଜାପାଉ

         ଜୟ ଦଶଭୁଜା ମା,

ଜଗତ କଲ୍ୟାଣ, ଜଗତୁ ଉଦ୍ଧାର

          କର ଜଗଦ୍ଧାତ୍ରୀ ମା ।

ଆଶିଷ ଦାୟିନୀ, ମଙ୍ଗଳ କାରିଣୀ

          ସିଂହ ବାହିନୀ ମା,

କରୁଣା ଦାୟିନୀ, ସଙ୍କଟ ହାରିଣୀ

          ସନ୍ତାନ ବତ୍ସଳା ମା ।

ଦୁରାଚାର ବ୍ୟାଧି ଦୂର ହୋଇଯାଉ

         ହସିଉଠୁ ଏ ମେଦିନୀ ମା,

ନାରୀଟି ନହେଉ ଅବଳା ଦୁର୍ବଳା

         ରକ୍ଷ ଶଙ୍କର ଘରଣୀ ମା ।

ଜଗତ ଜନନୀ, ଦୁଃଖ ବିନାଶିନୀ

         ତୋ ପାଦେ ଦୟିନୀ ମା,

ତୁମ ନାମ ଜପି ଦିନ ଯାଉ ବିତି

         କି ମାଗିବି ଆଉ ମା?


Rate this content
Log in