Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

3  

Sasmita Dash

Others

ମଧୁର ସମ୍ପର୍କର ସାକ୍ଷୀ

ମଧୁର ସମ୍ପର୍କର ସାକ୍ଷୀ

1 min
176



ରକ୍ଷା ବନ୍ଧନ ର ମହତ୍ତ୍ୱ ରହିଛି

         ଆମ ପରମ୍ପରା ସଂସ୍କୃତି ରେ,

ଭଉଣୀ ବାନ୍ଧଇ ଭାଇ ହସ୍ତେ ରାକ୍ଷୀ

         ସେନେହ ଶ୍ରଦ୍ଧା ର ଭାବରେ ।

ବଳଦେବଙ୍କ ଜନ୍ମ, ଶ୍ରାବଣ ପୂର୍ଣ୍ଣିମା

         ରକ୍ଷାବନ୍ଧନ ସେ ଦିନ ଅଟଇ,

ଗୋମାତା ଙ୍କୁ ପୂଜି ବନ୍ଧାଯାଏ ରାକ୍ଷୀ

         ଗୋଜାତି ସୁରକ୍ଷା ପାଇଁ ।

ରାକ୍ଷୀ ନୁହେଁ ସେତ ସ୍ନେହର ବନ୍ଧନ

         ଭାଇ ସାଥେ ଭଉଣୀ ର,

ଭାଇ ହସ୍ତେ ରାକ୍ଷୀ ବାନ୍ଧି ଦେଇ ଭଗ୍ନୀ

         ଶୁଭ ମନାସଇ ତା'ର ।

କୃଷ୍ଣ ଙ୍କ ହସ୍ତରେ ଦ୍ରୌପଦୀ ବାନ୍ଧିଲେ

         ପୁରାଣେ ଅଛି ବର୍ଣ୍ଣନ,

ପ୍ରତିଦାନେ ତାର କୁରୁସଭା ତଳେ

        ଲଜ୍ଜ୍ୟା କୁ କଲେ ହରଣ ।

ରାଣୀ କର୍ଣ୍ଣାବତୀ ହୁମାୟୁନ ହସ୍ତେ

        ବାନ୍ଧି ଦେଇଥିଲେ ରାକ୍ଷୀ,

ସୁରକ୍ଷିତ ହେଲା ରାଇଜ ଟି ତାଙ୍କ

        ରହିଛି ତାହାର ଖ୍ୟାତି ।

ଯୁଗେ ଯୁଗେ ରାକ୍ଷୀ ରହିଛି ଯେ ସାକ୍ଷୀ

        ରଖିଛି ଭଉଣୀ ମାନ,

ବଳି ହସ୍ତେ ରାକ୍ଷୀ ବାନ୍ଧିଲେ କମଳା

        ଏତ ସତ୍ୟ ଯୁଗ ଉପାଖ୍ୟାନ ।

ପାଉଣା ମାଗେନା ପାଉଣା ଚାହେଁନା

         ମମତା ର ଡୋରି ଟିଏ,

ବିପଦେ ଆପଦେ ଭାଇ ରହିଥିଲେ

        ଭଗ୍ନୀ କୁ ସାହସ ଦିଏ ।

ନିଆରା ସମ୍ପର୍କ ଭାଇ ଭଉଣୀ ର

        ଅଛିଣ୍ଡା ଏଇ ବନ୍ଧନ,

ଧନ ନୁହେଁ ସୁସମ୍ପର୍କ ରହିଲେ

        ରହିବ ରାକ୍ଷୀର ମାନ ।

ଗୋଟିଏ ଗରଭୁ ଜାତ ଭାଇ ଭଗ୍ନୀ

        ସମ୍ପର୍କ ଗୋଟେ ରକ୍ତ ର,

ବିଦା ହେଲାପରେ ବାପଘରୁ ଝିଅ

        ହୋଇଯାଏ ନାହିଁ ପର ।

ପବିତ୍ର ମଧୁର ସମ୍ପର୍କ ଟି ସେତ

         ଆପଣା ପଣ ଟି ଝରେ,

ଜଗା ବଳିଆ ଙ୍କ ମଧ୍ୟରେ ସୁଭଦ୍ରା

          ହସେ ରତନ ବେଦିରେ ।

ଅମୁଲ ମୁଲ ସେ ଡୋରି ର ପାଉଣା

          କଳନା ନାହିଁ ତାହାର,

ଆନ୍ତରିକତା ର ପରଶ ଚାହେଁ ସେ

          ଭାଇ ମନ ହୃଦୟର ।



Rate this content
Log in