STORYMIRROR

Sasmita Dash

Others

4  

Sasmita Dash

Others

ହେ ବାପୁ ! ନୂଆରୂପେ ଦେଖାଦିଅ ଆସି।

ହେ ବାପୁ ! ନୂଆରୂପେ ଦେଖାଦିଅ ଆସି।

1 min
251

ହେ ବାପୁ !ନୂଆ ରୂପେ ଦେଖାଦିଅ ଆସି

     ଦେହରେ ଖଦଡ଼ ପାଦରେ କଠଉ

     କର ଅବା ମର ମନ୍ତ୍ର ଯାହାର,

     ଭାରତ ଆକାଶେ ଉଜ୍ଜ୍ବଳ ନକ୍ଷତ୍ର

     ଜାତିର ଜନକ ବାପୁ ଆମର।


ସତ୍ୟ ଓ ଶାନ୍ତିର ଥିଲ ଅବତାର

ଅହିଂସାର ବାଣୀ ଥିଲା ମୁଖରେ,

ସେଇ ଶକ୍ତିଶାଳୀ ମନ୍ତ୍ରର ବଳେ

ଇଂରେଜ ହଟିଲେ ତୁମ ଆଗରେ।

   

  ଇଂରେଜ ହୋଇଲେ ନତମସ୍ତକ

     ସାକାର ହୋଇଲା ତୁମରି ସ୍ବପ୍ନ,

     ପରାଧୀନତାର ବେଡ଼ି ଛିନ୍ନ ହେଲା

     ଭାରତ ମା'ଆମ ହେଲା ସ୍ୱାଧୀନ।


କୁଟି ଖାଅ ଆରେ କାଟି ପିନ୍ଧ ନିଜେ

ସ୍ୱାବଲମ୍ବୀ ନିମନ୍ତେ ତୁମର ବାଣୀ,

କାଳର ବକ୍ଷ ରେ ତୁମ କୁହା କଥା

ଏ ମଣିଷ ସତେ ଭୁଲି ଗଲେଣି।

     

 ଅନ୍ୟାୟ ଅନୀତି ଦାରିଦ୍ର୍ୟ ବେକାରୀ

      ନିର୍ଯାତିତା ହୁଏ ନାରୀ ସବୁଠି,

      ଦିଶାହୀନ ଆଜି ହୋଇଯାଇଅଛି

      ତୁମ ସପନର ରାଇଜ ଗୋଟି।


ମଦଦାତାଙ୍କର ଚକ୍ରାନ୍ତରେ ଆଜି

କବଳିତ ମତଦାତା ଅଟନ୍ତି,

ନିରୀହ ଜନତା ମାଗଣାରେ ଖାଇ

ହନ୍ତସନ୍ତ ଆଜି କେତେ ହୁଅନ୍ତି।

      

ରାମ ରାଇଜର କଳ୍ପନା କରି

      ଚାଲିଗଲ ତୁମେ ଅନେକ ଦୂରେ,

      ତୁମରି ଅଭାବ ଅନୁଭବ ହୁଏ

      କଷ୍ଟ ଲବ୍ଧ ସ୍ୱାଧୀନ ଭାରତରେ।


କେତେ ସ୍ବପ୍ନ ତୁମ ପୂରଣ ହୋଇଛି

ଆସି ଦେଖିଯାଅ ଥରେ,

ଭାରତ ମାତାର ସନ୍ତାନ ଗଣ

ଖୋଜୁଛନ୍ତି ଆକୁଳ ରେ।


       ଶୋଇଗଲ କାହିଁ ଅଚିନ୍ତା ନିଦ୍ରାରେ

       ଚିନ୍ତିତ ଭାରତ ବାସୀ,

       ଝୁରୁଛି ଜନତା ଝୁରୁଛି ଏ ମାଟି

       ନୂଆ ରୂପେ ଦେଖାଦିଅ ତୁମେ ଆସି।



Rate this content
Log in