STORYMIRROR

Sasmita Dash

Fantasy

4  

Sasmita Dash

Fantasy

ମୌସୁମୀ

ମୌସୁମୀ

1 min
391


ରୌଦ୍ରଦଗ୍ଧା ଦରସିଝା ମାଟିକୁ

     ସ୍ପର୍ଶ ଦେଇ କର ଗୋ ଶୀତଳ,

ଶୁଖିଲା ନଦୀ ର ବୁକୁରେ

       ଭରିଦିଅ ଜଳ,

ଫାଙ୍କା ଫାଙ୍କା ଯାଗା ସବୁ ଭରିଯାଉ

     ବୃକ୍ଷ ଲତାଦିରେ,

ଚଷା ପୁଅ ମନ ଲାଗୁ

      ଚାଷ ର କାର୍ଯ୍ୟ ରେ।।


ଆସିବ ଆସିବ ବୋଲି ଚାହିଁରହିଥିଲୁ

ଅନେକ ଆଗରୁ ଚାତକ ନୟନେ,

ତୁମେ ଅସିଗଲ, ଭଲ କଲ

 ହାହାକାର ହେଉଥିଲା ଏ ଜୀବନ

     ତୁମରି ବିହୁନେ।।


ଜୀବନ ରଖିଲ ତୁମେ ଶୀତଳତା ଦାନେ

ଆସ ଗୋ ମୌସୁମୀ, ତୁମକୁ ଖୋଜୁଥିଲୁ ମନେ।।


ତୁମେ ଆସିବା ଜାଣି

          ଅନେକ ଆଶା ସବୁ ଫର୍ଚ୍ଚା ଦେଖାଯାଏ,

ପ୍ରଥମ ବାସ୍ନା ରେ ତୁମ

        ମିଶିଯିବା ପାଇଁ ସତେ ଭାରି ଇଛା ହୁଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy