Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

3  

Sasmita Dash

Others

ଶୀତ

ଶୀତ

1 min
156



ଶୀତ ଆମ ମିତ, ତା ପାଇଁ ଏ ଗୀତ

         ଋତୁରାଣୀ ଟିଏ ସିଏ,

ଦେହ ପାଇଁ ହିତ ବ୍ୟାଧି କରେ ମୁକ୍ତ

         ଶୀତଳତା ଭରି ଦିଏ ।


ସୁଦୀର୍ଘ ରଜନୀ କ୍ଷଣିକ ଦିବସ

    ନିଦ୍ରା ହୁଏ ଗାଢ଼ତର,

ଶୀତ ବସ୍ତ୍ର ସାଥେ ସ୍ବପ୍ନ ମାନେ ସବୁ

    କରନ୍ତି ସତେ ବିହାର ।


ଯୌବନ ରହିତ ହୁଅଇ ପ୍ରକୃତି

    ବସନ୍ତାଗମନ ପାଇଁ,

ବନ ଉପବନ ସୁନ୍ଦର ଦିଶଇ

    ଋତୁ କାଳୀନ କୁସୁମ ନେଇ ।


ଧରାବତରଣ କରନ୍ତି ମା 'ଲକ୍ଷ୍ମୀ

   ମାଣବସା ଗୁରୁବାରେ,

ଭକ୍ତ ମନୋବାଞ୍ଛା ପୁରଣ ହୁଅଇ

   କୃପା ବାରିଧି ର ଧାରେ ।


ନିପତିତ ହିମ ବୁନ୍ଦା ରେ ଶୀତଳ

   ହୁଏ ପ୍ରାତଃ ସାୟଂ କାଳ,

କୁବେର ଭଣ୍ଡାର ଶୋଭାର ସମ୍ଭାର

   ଅନୁପମ ଶୀତ କାଳ ।


Rate this content
Log in