ବର୍ଷା ରାଣୀ
ବର୍ଷା ରାଣୀ
ପାଗଳ ବରଷା ଝର ଝର
ହୋଇ ଝରି ପଡେ ଗଗନ ରୁ,
ସ୍ଫୁରି ଉଠୁଅଛି ମାଟିରୁ ବାସନା
ରୌଦ୍ର ଦଗ୍ଧା ଧରଣୀରୁ ରୁ
ସାଗର ବକ୍ଷ ରୁ ବୋହି ସେ ଆଣିଛି l
ସ୍ନିଗ୍ଧ ସଲିଲ ର ଧାରା,
ଦୂର ଦିଗନ୍ତ ରୁ ଉଡାଇ ଆଣିଛି
କଳା ଵାରୀଦ ର ମାଳା l
ନଦୀ ପୁଷ୍କରିଣୀ ଭରା ଭରା ସବୁ
ଶୀତଳ ବାରିଧି ନୀରେ,
ମତୁଆଲା ହୋଇ ଝରଣା ଗୁଡିକ
ଧାଁ'ନ୍ତି କୁଳୁ କୁଳୁ ସୁରେ l
ଦର ଭୁଲା କେଉଁ ଅତୀତ ଗୀତି ର
ଛନ୍ଦ ମନେପଡିଯାଏ,
ମନର ରଞ୍ଜା ରେ ମଧୁମାଳତୀ ଟି
ମଡ଼େଇ ହୋଇ ତ ଯାଏ. l
ଟୁପୁରୁ ଟୁପୁରୁ ବର୍ଷା ର ଛିଟା ରେ
ତନୁ ଶିହରୀତ ହୁଏ,
ସ୍ମିତର ବିଜୁଳି ଖେଳିଯାଏ ପୁଣି
ମେଘୁଆ ଓଠର ଧାରେ l
ପ୍ରକୃତି ରାଣୀଟି ହୁଏ ସଜବାଜ
ସବୁଜ ଓଢ଼ଣୀ ଟାଣି,
ଅନୁପମ ଠାଣିରେ ଅଲୌକିକ ଶୋଭା
ଆଣି ଆସେ ବର୍ଷା ରାଣୀ l
