Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

3  

Sasmita Dash

Others

ରାକ୍ଷୀ

ରାକ୍ଷୀ

1 min
110



ସୁତାଖିଅ ନୁହେଁ ରକ୍ଷା କବଚ 

     ସମ୍ପର୍କ ର ସିଏ ସାକ୍ଷୀ, 

ଅତୁଟ ବନ୍ଧନ, ରକ୍ଷା ନିଦର୍ଶନ 

      ରକ୍ଷା ବନ୍ଧନ ର "ରାକ୍ଷୀ " l

ରହିଥିବୁ ସଦା ସମ୍ପର୍କ ର ସାକ୍ଷୀ 

       ହୋଇ ଚିରଦିନ ପାଇଁ, 

ଭାଇ ମୋର କେବେ ହେବେ ନାଇଁ ଦୁଃଖି 

       ସାହା ହେବୁ ରେ ଗୋସେଇଁ |

ରାଗ, ରୁଷା, ଝଡ଼ ଝଞ୍ଜା ଯେତେ ଆସୁ 

       ଛିଣ୍ଡିବ ନାଇଁ ଏ ଡୋରି, 

ସ୍ନେହାଶିଷ ଭରା "ରାକ୍ଷୀ "ସଦା ଥିବ 

      ରକ୍ଷାକବଚ ତୁମରି. I

ଭାଇଭଉଣୀ ଙ୍କ ଅତୁଟ ସମ୍ପର୍କ 

      ଯୁଗେ ଯୁଗେ ରହିଥାଉ, 

ଆଶୀର୍ବାଦ ଥାଉ ଭାଇଙ୍କ ଉପରେ 

      ମୋ ବଳିଆ ସହାୟ ହେଉ l



Rate this content
Log in