Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dash

Others

3  

Sasmita Dash

Others

ମା 'ଦଶଭୁଜା

ମା 'ଦଶଭୁଜା

1 min
148


ନିର୍ମଳ ଦିଶଇ ଅମ୍ବର ଶରତ ଆଗମେ,

ଧରି ଅର୍ଘ୍ୟଥାଳି କାଶତଣ୍ଡୀ ରାଣୀ

ଅପେକ୍ଷା ରତ ତୁମ୍ଭ ସମ୍ଭାଷଣେ ।

ଅଗ୍ନି ଶମ୍ଭୁତା ଦଶଭୁଜା ମାତ

ପାପୀ ଙ୍କୁ କର ବିନାଶ,

ଶହ ଶହ ମହିଷା ରାକ୍ଷସ ଙ୍କୁ ମା 'ଲୋ

ନାଶ କରି ଲଭ ଯଶ ।

କଷଣ, ଧର୍ଷଣ, ନିର୍ଯାତନା

ଯୌନ ଯନ୍ତ୍ରଣା ଭୋଗଇ ନାରୀ,

ଭରିଦିଅ ମା 'ଉର୍ଜା ନାରୀ ପ୍ରାଣେ

ହେ ମହିଷାସୁର ମର୍ଦ୍ଦିନୀ ।

ଅଗ୍ନି ଲୋଚନା ଆଦ୍ୟାଶକ୍ତି ତୁମେ

ପରମ ବ୍ରହ୍ମମୟୀ,

ଶକ୍ତି ପ୍ରଦାୟିନୀ ମୁକ୍ତି ଦାୟିନୀ

ଆସ ମା 'ଅବତରୀ ।

ସିଦ୍ଧି ଦାତ୍ରୀ ତୁମେ ଜଗତ ଜନନୀ

ଢ଼ାଳି ଦିଅ ମା 'ଅମୃତ,

ତୁମ ଆବାହନୀ ପାଇଁ ହେ ଦେବୀ

ବାଢୁଛି ଭକ୍ତି ର ନୈବେଦ୍ୟ ।


Rate this content
Log in