STORYMIRROR

Barsha Swain

Romance Others

4  

Barsha Swain

Romance Others

ତୁମ ଛବି ଆଉ ତୁମେ

ତୁମ ଛବି ଆଉ ତୁମେ

1 min
165

  

ମୋ ଡାଏରୀର ପ୍ରତେକ ପୃଷ୍ଠାରେ

ପ୍ରତି ଧାଡିର ଅସଂଖ୍ୟ ଶବ୍ଦମେଳରେ

ଶୂନ୍ୟ ଆକାଶର ଫିକା ଜୋଛନାରେ

ପ୍ରତିବିମ୍ବିତ ତୁମ ଛବି ଆଉ ତୁମେ। 

ମୋ ନିଦର ନିର୍ଜନ ପ୍ରହରେ

ଅଚେତନ ଅବସ୍ଥାର ଅନ୍ତିମ ସ୍ଥିତିରେ

ଛାଇ ଆଲୁଅର ଲୁଚକାଳି ମଧ୍ୟରେ

ଦୃଶ୍ୟମାନ ତୁମ ଛବି ଆଉ ତୁମେ। 

ମୋ ଭାବନା ରାଇଜର ଚିହ୍ନା ମୁହଁଟିଏ

ଅବାସ୍ତବ ବାସ୍ତବ ପରି ପ୍ରତୀତ ହୁଏ

ଜଣା ଅଜଣାର ପ୍ରଶ୍ନ ସୃଷ୍ଟି କରେ

ପ୍ରତିଫଳିତ ହୋଇ ହୃଦୟ ମଧ୍ୟରେ 

ତୁମ ଛବି ଆଉ ତୁମେ। 

ଆନମନା କରୁଥିବା ଚଗଲା ଭ୍ରମରଟିଏ

ଦୂର ଦୂରାନ୍ତର ଭସାବାଦଲ ସିଏ

ନିର୍ମଳ ମନର ଭାବରାଶି ହରେ

ତୃଷ୍ଣା ହରୁଥିବା ଶୀତଳ ଜଳ ସେ

କୋମଳ କଣ୍ଠର ମଧୁର ଗୀତ ପରି

ଗୁଞ୍ଜରିତ ପ୍ରତିମୁହୂର୍ତ୍ତରେ ,

ତୁମ ଛବି ଆଉ ତୁମେ। 

ମିଠା ମିଠା ସ୍ମୃତିର ଅବିରତ ବର୍ଷାରେ

ଭିଜା ଭିଜା ଆଖିର ଫିକା କଜ୍ଜଳରେ

ପାହାନ୍ତି ସକାଳର କଅଁଳ ଖରାରେ 

ଓଦା ଓଦା ଓଷ୍ଠର ପ୍ରତି କମ୍ପାନରେ

ଆଇନାର ସ୍ପଷ୍ଟ ଫଳକ ଉପରେ

ଚିତ୍ରିତ ତୁମ ଛବି ଆଉ ତୁମେ। 

ସୌନ୍ଦର୍ଯ୍ୟର ପାଖୁଡାରେ ଗୁନ୍ଥିତ

ସୁବର୍ଣ୍ଣ ଚାନ୍ଦପରି ଝିଲିମିଲି ପୁଷ୍ପ ଟିଏ,

ପଦ୍ମ ବିଭୂଷିତ ସ୍ୱଚ୍ଛ ପୁଷ୍କରିଣୀ ମଧ୍ୟେ 

ପ୍ରତିଫଳିତ ସୂର୍ଯ୍ୟ ରଶ୍ମି ପରି

ହୃଦୟେ ଦୋଳାୟମାନ ତୁମ ଛବି ଆଉ ତୁମେ। 


Rate this content
Log in

Similar oriya poem from Romance