ତୁମ କଥା ମନେ ପଡ଼େ କିଆଁ
ତୁମ କଥା ମନେ ପଡ଼େ କିଆଁ
କାଲି ରାତିରେ ଦେଖିଲି ସପନ, ଉଭା
ହୋଇଅଛ ସମ୍ମୁଖେ ମୋହର
ମୋ ସ୍ମୃତି ସୌଧରେ ଭାସି ଆସୁଅଛି
ଅସ୍ପଷ୍ଟ ମୁର୍ତ୍ତିଟା ତୁମର ।
ସପନରେ ଅନୁଭବ କଲି ପୁରୁଣା ଦିନର
ଲୋଭନୀୟ ଅନୁପମ ଧାରା
ମୁରୁକି ମୁରୁକି ହସରେ ବେଣୀକୁ ହଲାଇ
ହଲାଇ ଧାଇଁ ଆସୁଥିଲ ପରା ।
ତୁମକୁ ପ୍ରଥମ ଦେଖାରେ ସ୍ତମ୍ଭିଭୁତ ହୋଇ
କିଛି କ୍ଷଣ ରହିଲି ସଂଶୟେ
ମିଶିବା ପାଇଁ ତୁମ ସଂଗେ ଧିରେ ଧିରେ ହେଲି
ଅଗ୍ରସର ସାହସ ବାନ୍ଧି ହୃଦୟେ ।
ସ୍କୁଲରେ ପହଞ୍ଚି ପିଲାଂକ ମେଳରେ ମନେ
ମନେ ଖୋଜେ ମୁହିଁ ତୁମକୁ
ନଦେଖିଲେ ଦିନେ ଭରି ଯାଏ ମନରେ ଦୁଃଖ,
ଦେଖାଇବି ଏହି କଥା ଆଉ କାହାକୁ ।
ଅନ୍ୟ କାହାରି ସାଂଗରେ ମିଶୁଥିଲ ଯଦି ମୁଁ
କିପରି ସତରେ ପଡ଼େ ଚମକି
ମନେ ମନେ ଭାବେ, କହିନଥିଲି କେବେବି,
ଅନ୍ୟ ଛଳନାରେ ନିଏ ତୁମକୁ ଡାକି ।
ଚାଲିଗଲ ମୋତେ ଛାଡି, ମୋ ମନ ମୋହିନୀ
ଦେଖି ଅନ୍ୟଂକୁ ପର୍ବ ପର୍ବାଣିରେ
ତୁମ କଥା ଭାରି ମନେ ପଡ଼େ, ଭାବେ ତୁମେ
ଅଛ ସତରେ ମୋହର ସଂଗରେ ।
ପ୍ରେମକୁ ତ ଜାଣି ନଥିଲେ, ପ୍ରତିଶ୍ରୁତି ତ ଦେଇନ
ପାଳନ କରିବାର ପ୍ରଶ୍ନ ନଥିଲା
ସେ ଭାବନାରେ ନଥିଲା ପ୍ରତାରଣା କପଟତା
ଭଣ୍ଡତା ଶଠତା, ପବିତ୍ର ଶାଶ୍ୱତ ଥିଲା ।

