STORYMIRROR

Ramachandra Bhutia

Romance Inspirational

4  

Ramachandra Bhutia

Romance Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
228

ଭାଇ ଭଉଣୀଙ୍କ ସେନେହର ଡୋର

ଅମୂଲ ମୂଲ ଏ ରାକ୍ଷୀ

ଆବେଗରେ ବାନ୍ଧେ ଭଉଣୀ ଭାଇକୁ

ପବିତ୍ର ପ୍ରେମର ସାକ୍ଷୀ


ସମ୍ପର୍କର ମୂଲ୍ୟ ହୁଏନା ବିକ୍ରୟ

ଟଙ୍କାରେ ହୁଏନା କିଣି

ସୂତାର ଡୋରଟି ହେଲେ ବି ରାକ୍ଷୀଟି

ସ୍ନେହରେ ବାନ୍ଧେ ଭଉଣୀ


ଦାନବଙ୍କ ରାଜା ମହାଦାନୀ ବଳି

ହରିଙ୍କୁ ଭକ୍ତିରେ କରିଲେ ବଶ

ବୈକୁଣ୍ଠକୁ ଛାଡି କମଳାଙ୍କୁ ଭୁଲି

ବିଷ୍ଣୁ ବଳି ସଙ୍ଗେ କଲେ ବାସ


ଏ କଥାକୁ ଭାଳି ଜଗତ ଜନନୀ

ମନେ ଉପାୟ ପାଞ୍ଚିଲେ

ରାକ୍ଷୀ ବାନ୍ଧି ବଳି ହସ୍ତେ ଭାଇ କରି

ହରି ଘେନି ଦେବୀ ଗଲେ


ମହାଭାରତର ଅନନ୍ୟ କାହାଣୀ

ଦ୍ରୌପଦୀ କୃଷ୍ଣ ଚରିତ

ପଣତକୁ ଚିରି ଗୋବିନ୍ଦ ହସ୍ତରେ

ବାନ୍ଧିଥିଲେ ଦେଖି କ୍ଷତ


କୁରୁସଭା ତଳେ ବିବସନା କାଳେ

ଶୁଝିବାକୁ ରାକ୍ଷୀ ମୂଲ୍ୟ

ଅକ୍ଷୟ ଅମ୍ଳାନ ପାଟ ଦେଇ କୃଷ୍ଣ

ମାନ ରଖିଲେ କୃଷ୍ଣାର


ପୁରାଣରେ ନୁହଁ ଇତିହାସେ ମଧ୍ୟ

ରାକ୍ଷୀର ଗାଥା ବର୍ଣ୍ଣିତ

ରାଣୀ କର୍ଣ୍ଣାବତୀ ହୁମାୟୁନ ପାଶେ

ରାକ୍ଷୀ ପଠାଇ ରଖିଲେ ମହତ


ଯୁଗେ ଯୁଗେ ରାକ୍ଷୀ ଭାଇଭଉଣୀଙ୍କ

ସେନେହ ମମତା ଡୋର

ଭାଇ ଥିଲେ ପରା ଭଉଣୀ ପାଖରେ

ତାର ନଥାଏ କାହାକୁ ଡର


ପ୍ରତିଟି ଓଡ଼ିଆ ପ୍ରାଣର ଠାକୁର

ଶ୍ରୀଜଗନ୍ନାଥଙ୍କୁ ଦେଖ

ଭାଇଭଉଣୀଙ୍କ ସେନେହ ସମ୍ପର୍କ

ତାଙ୍କ ଠାରୁ କିଛି ଶିଖ


ମହାବଳୀ ଦେବ ରେବତୀ ରମଣ

ଶଙ୍କର୍ଷଣଙ୍କର ଜନ୍ମ

ଦେବକୀଙ୍କ ପୁତ୍ର ରୋହିଣୀ ଗର୍ଭରୁ

ଜନମିଲେ ଏହି ଦିନ


ହଳ ଓ ଲଙ୍ଗଳ କରେ ଧରିଛନ୍ତି

କୃଷି ଓ କୃଷକ ଚିହ୍ନ

ଘରେ ଘରେ ଚାଷୀ ପୂଜଇ ବଳଦ

ସ୍ମରି ବଳରାମ ନାମ


ସ୍ନାହାନ ସଉଚ କରିଣ ଗୋମାତା

ଯତନେ କରି ସୁବେଶ

ପିଠା ମିଠା ତୃଣ ଭୁଞ୍ଜାନ୍ତି ତାହାଙ୍କୁ

ମନେ ହୋଇଣ ହରଷ


ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ଵ ଅନେକ

ରାକ୍ଷୀ ନୁହଁ ଖାଲି ପର୍ବ

ରାକ୍ଷୀର ମହତ ବଜାୟ ରଖିଲେ

ସବୁ ଭଉଣୀ କରିବେ ଗର୍ବ



Rate this content
Log in

Similar oriya poem from Romance