ଶୁଣିବ ଯଦି ସହୀ ଗୋ ମୋର ! ....
ଶୁଣିବ ଯଦି ସହୀ ଗୋ ମୋର ! ....
ସହୀ, କହିବ କି
ମୋତେ ଶୃଖଂଳ ମୁକ୍ତ
କରିବ କେବେ ?
କେବେ ମୋ ସ୍ୱପ୍ନରେ
ମୋତେ ଆକୁଳ କରିବ
ତମ ଦେହ ଉପବନ ଗନ୍ଧେ ?
ତମେ ଜାଣ ସହୀ
ଅଶାନ୍ତ ମୁଁ ନିତି
ଖୋଜୁଅଛି ତମ ତନୁ ପରଶ
ଜାଣନା କି ତମେ
ମୋର ସ୍ୱର୍ଗସୁଖ
ତମ ଅପଘନ ମଧୁ
ତମ ଜବାଓଠ ମଧୁ ରସ l
ଏଇ ଜୀବନ ବିତାନେ
ତମେ ସହୀ ମୋର
ପ୍ରେମିକା ରଜନୀ ଗନ୍ଧା
ଅମା ଅଂଧାରରେ
ମୋ ଅଂକ ପଲଂକେ
ମୋ ମନ ବୃନ୍ଦାବନ ରାଧା l
ଆକୁଳ ପ୍ରେମିକ ମୁଁ ସହୀ
ଲୋଡୁଛି ଆକୁଳେ
ତମ ମୁକୁଳା ତନୁର ସୁଧା
ସେଇ ସୁଧା ପିଇ
ସେଇ ରସେ ଭିଜ୍ଜି
ଲିଭାଇବି କାମସୁଧା l