STORYMIRROR

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

ତମ ସୌରଭରେ ସୁରଭିତ .

ତମ ସୌରଭରେ ସୁରଭିତ .

1 min
19


ତମେ ପ୍ରଶ୍ନ କଲ 


କହିଲ ଦେଖି କିଏ ସୁନ୍ଦର--


ଏ ଗୋଲାପ ନା ମୋ ଅଧର?


ଉତ୍ତରରେ କହିଲି


ମଧୁମକ୍ଷିକା ମୁଁ ନୁହେଁ ମୁଁ ତମ 


ପ୍ରେମିକ, ତମ ଓଠର ମହୁ ମୋ 


ତୃଷିତ ହୃଦୟ ଅମ୍ବୁ,


ସେହି ଅମ୍ବୁ ପାନେ ପ୍ରଶମିତ ହେବ 


ମୋ ଦହନ, କାମଦେବ ଶରର 


ବେଦନା, କଷଣ ସବୁ 


ଆଗୋ ଧରା ବଗିଚାର ମଲ୍ଲୀ 


ମୋ ହୃଦ ବଗିଚାର ପାରିଜାତ 


ତମ ସୌରଭରେ ମୂର୍ଛାହତ ମୁଁ 


ମୋ ମନଆକାଶ ଯେ ସୁରଭିତ ।


Rate this content
Log in

Similar oriya poem from Romance