STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ତୁମେ ମୁଁ(୫)

ତୁମେ ମୁଁ(୫)

1 min
16

ତୁମେ ଗୋଲାପରେ ରଙ୍ଗ ଭରିଛ କି

ଲାଗେ ନହେଲେ ଗୋଲାପ ଫିକାଫିକା

ତୁମ ବିନା ଖାଲି ଗୋଲାପ କାହିଁକି

ସାରା ଜୀବନଟା ଲାଗେ ଏକାଏକା।।


ପଚାରିଲି ବଗିଚାର ଗୋଲାପ କୁ

ଦେବୁକି ଲୋ ରଙ୍ଗ ଟିକେ ପ୍ରିୟା ପାଇଁ

କହିଲା ତୋ ପ୍ରିୟା ଯେତେ ରଙ୍ଗୀ

ମୋ ପାଖରେ ତ ଏତେ ରଙ୍ଗ ନାହିଁ।।


କହିଲି ମୋ ପ୍ରିୟା ବଡ଼ ଅଭିମାନୀ

ମନେଇଲେ କେବେକେବେ ମାନେନାହିଁ

କହିଲା ପଚାର ଦୁଷ୍ଟ ଭଅଁର କୁ

ଯିଏ ମନେଇବା କିବା ଜାଣେନାହିଁ।।


ଏଥି ଲାଗି ତୁମ ପ୍ରିୟା ମୋ ଠାରୁ

କେତେ ଅଧିକ କୋମଳ କମନୀୟ

ପ୍ରିୟା ମନ ବୁଝି ପ୍ରୀତି ଅରପଣେ

ପ୍ରିୟ ଛାଡିଯାଏ ପ୍ରୀତି ପରିଚୟ।।


ଭଅଁର ମାନେନା ଫୁଲର ବାରଣ

ହେଲେ ପୁରୁଷ ନାରୀର ପ୍ରିୟତମ

ମଧୁ ଲୋଲୁପୀ ମଧୂପ ଭ୍ରମର ବି

ହେଲେ ପୁରୁଷ ପ୍ରେମର ଅରପଣ।।


ଚାନ୍ଦ କୁମୁଦର ସୂର୍ଯ୍ୟ ସରୋଜର

ପ୍ରୀତି ସମ ପ୍ରେମ ତୁମ ମହନୀୟ

ପ୍ରୀତି ପ୍ରାପ୍ତି ନୁହଁ ସମର୍ପଣ ଗୀତି

ମଧୂପକୁ ଭ୍ରମରକୁ କହିଦିଅ ।।


ଗୋଲାପର କଥା ପ୍ରିୟାକୁ ବାରତା

ଦେବା ପାଇଁ ଗୋଲାପର ଲୋଡାନାହିଁ

ମନ୍ଦମଳୟରେ ଦୋହଲି ଦୋହଲି

ଖେଳୁଥା ମୁଁ ପ୍ରିୟାକୁ ଦେବି କହି।।


ଉପଭୋଗ ଅତ୍ୟାଚାର ଏକା ନୁହଁ 

ଏକ ତୃପ୍ତି ଆନ ଆଶକ୍ତିର କଥା

ପ୍ରୀତି ଅନୁଭବେ ଉପଭୋଗେ ତୃପ୍ତି

ମାତ୍ର ଦୁରାଚାରେ ଦୁର୍ବିସହ ବ୍ୟଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance