ଏକ୍ଳା ବେଳାରେ
ଏକ୍ଳା ବେଳାରେ
ଅନୁରାଗଟା ଯଦି କେବଳ
ଅସ୍ତିତ୍ବ ହୀନ ଦୁଇପଦ କଥାରେ
ସୀମିତ ଥାଆନ୍ତା,
ତେବେ ତୁମେ
ଶୂନ୍ୟତାରେ କାହାଆଡ଼େ
ହାତ ବଢ଼ାଉନଥାନ୍ତ...........।
ମୁଁ ଜାଣିଛି ତୁମକୁ
ତୁମେ ଅମାବାସ୍ୟାରେ
ମୋତେ ହିଁ ଖୋଜ
ମୋ ଦୂରତ୍ୱର ଲମ୍ବା ଗାରକୁ ଲିଭାଇ
ଛୋଟ କରିଦିଅ,
ଏତେ ଛୋଟ ଯେ
ତୁମର ନିଶ୍ୱାସକୁ ବାରିହେଲାପରି ।

