STORYMIRROR

Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

ପ୍ରେମ ହେଉ ବର୍ଷା ଧାରେ

ପ୍ରେମ ହେଉ ବର୍ଷା ଧାରେ

1 min
33


ଯେବେ ବର୍ଷା ଆସେ,ତୁମ କଥା ଭାବି

ନିଜକୁ ଭୁଲି ଯାଉଛି 

ବର୍ଷାର ବୁନ୍ଦାରେ ଶୁଭେ ତୁମ ସ୍ୱର

କାନରେ କିଛି କହୁଛି

ହୃଦ ସ୍ପନ୍ଦନର ଗତି ତୀବ୍ରତର

ମେଘ ଗର୍ଜନର ଧାରେ

ସ୍ପନ୍ଦନର ଧାରେ ଶୁଭେ ତୁମ ସ୍ୱର

ସତେ ଅବା ସାତ ସୁରେ

ବର୍ଷା ସହ ପ୍ରବଳ ପବନ ଧାରେ

ଭାବନା ବି ବାଟବଣା 

ବର୍ଷା ଋତୁ ସହ ସ୍ମୃତି ଉଜ୍ଜୀବିତ

ଆପେ ହୁଏ ଆନମନା


ବର୍ଷା ହୋଇ ତୁମେ,ଆମ ଅଗଣାରେ

ଦେଖିବାକୁ ଚାହେଁ ମନ

ସେହି ଭାବନାରେ ତଲ୍ଲିନ ମୋ ପ୍ରାଣ

ଦେଖି ବର୍ଷା ଆଗମନ

ପିଲାଳିଆ ଭାବ ମନରେ ଉଦ୍ରେକ

କାଗଜ ଡଙ୍ଗା ତିଆରି

ତୁମେ ପାଖେ ଥାଇ ଡଙ୍ଗା ଭସାଇବା 

କାମନା ମୋ ସର୍ବୋପରି


ବର୍ଷା ଭିଜା କେଉଁ ଲଙ୍ଗଳା ପିଲାଙ୍କୁ

ଦେଖିଲା ପରେ ଭାବନା

କେତେ ଖୁସି ଥିଲା ସେଇ ପିଲା ଦିନ

ନ ଥାଇ କାମ ବାସନା

ବର୍ଷା ଋତୁ ଅବା ଅଦିନିଆ ବର୍ଷା

ଯେବେ ଆସି ହୁଏ ଉଭା

ଶୁଷ୍କ ତରୁ ତୃଣ ନବ ପଲ୍ଲବ ରେ

କ୍ରମେ ରୂପ ମନଲୋଭା

ଝରକା ପଛରେ ବର୍ଷା ଅନୁଭବ

ଦୃଶ୍ୟରାଜି ଭିନ୍ନ ଭିନ୍ନ 

ଫିକା ଫିକା ଲାଗେ ଲୋଭନୀୟ ଦୃଶ୍ୟ

ପ୍ରିୟା ସାଥୀ ଖୋଜେ ମନ

ଚାତକ ମୟୂର ଝିଣ୍ଟିକା ଓ ବେଙ୍ଗ

ପ୍ରଚାର ପ୍ରସାର ଧାରେ

ବର୍ଷା ଆସୁ ଅଛି ସାଥେ ରଖ ପ୍ରିୟା 

ପ୍ରେମ ହେଉ ବର୍ଷା ଧାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance