STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଟିକି ସ୍ବପ୍ନ ଟିଏ!

ଟିକି ସ୍ବପ୍ନ ଟିଏ!

1 min
13


ଏକ ଆଲୋକ ର ରଶ୍ମି ପରି 

ତୁମେ ଆସିଲ ମୋ ଖାଲି ଅଗଣା କୁ 

ଏମିତିତ ମୁଁ ଜଳୁଥିଲି ତୁମ ଅଗ୍ନି ଶିଖା ରେ 

ବଂଚିବା ର ବାହାନା ତ ମିଳିଗଲା 

ଜୀବନ ବଞ୍ଚିବାର ଉଦ୍ୟେଶ 

ଆମର ସାକ୍ଷାତ ଯଦିଓ ଅଲଗା ଦୁନିଆରେ 

ଆମର ପ୍ରାଥନା ଆମକୁ ଆଶୀର୍ବାଦ କରୁ 

ମୋ ଦିନ ଗୁଡାକ ଅସ୍ତଗାମୀ ହେଇନି 

ରାତି ଗୁଡାକ ଆହୁରି ଝଲସି ଯାଉଛି 

ଜାଣିନି କେମିତି କାଟିବି ଜୀବନ କୁ

ପାହାନ୍ତା ପହରର ଟିକି ଟିକି କୁଆଁତାର ସବୁ 

ଘୁମେଇ ପଡି ସ୍ବପ୍ନ ଦେଖୁଥିଲେ 

ଜନ୍ହ କୋଳରେ ମୁଣ୍ଡ ରଖି 

ମୋ ଆଖିରେ ଵି ଆଖିଏ ପୁରୁଣା ସ୍ବପ୍ନ 

ଅଣ୍ଟା ଭିଡିଛି ଦେଖିବା ପାଇଁ ଟିକି ସ୍ବପ୍ନ ଟିଏ  

ପ୍ରତୀକ୍ଷା ସେଇ ଦୂର ପାହାଡ଼ କନ୍ଦରରୁ 

ଉଙ୍କି ମାରୁଥିବା ସୁରୁଜର ପ୍ରଥମ କିରଣକୁ.

ଅନ୍ଧାର ହଟିବ , ଆଲୋକିତ ହେବ 

ସତେକି ମିଟିବ ଆମ ପ୍ରତୀକ୍ଷାର ଆଶା.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance