STORYMIRROR

Prasanta Kumar Behera

Romance Classics Fantasy

3  

Prasanta Kumar Behera

Romance Classics Fantasy

ତମେ ଚନ୍ଦ୍ରିକା, ମୋ ପ୍ରାଣର

ତମେ ଚନ୍ଦ୍ରିକା, ମୋ ପ୍ରାଣର

1 min
55


ଚନ୍ଦ୍ରିକା ଗୋ ତମେ 

       

ଚନ୍ଦ୍ରିକା ତୋଳି 

           

ଚନ୍ଦ୍ର ବଦନକୁ ଢାଙ୍କି ଦେଇଛ,


ଆଜି ଆକାଶଟା ସାରା  

      

ଅନ୍ଧାର ଖେଳାଇ 

         

କୁହ ଭଲା କି ସୁଖ ତମେ ପାଉଛ ?


ନା, ନା ସଖି  

        

- ଅଛି, ଅଛି 

                  

ତମ ଦନ୍ତ ମୁକୁତା,


ବିଞ୍ଚି ପଡୁଛି ସେଥିରୁ 

      

ସାରା ଆକାଶରେ 

         

ଆଲୋକଭିଜା କୋଟି କୋଟି ସିକତା l


ଚାହିଁ ଦେଖ ଆଗୋ 

             

ମୋ ସ୍ୱପ୍ନର 

                      

ଏଣୀନୟନା,


ତମ ପାଇଁ ଆଜି 

        

ଆକାଶ ଧରଣୀ 

          

ଗାଉଛନ୍ତି କି ସରାଗରେ ମଧୁ ବନ୍ଦନା l


ମୁଁ ବି ଗାଇବି 

            

ମୋ ପ୍ରିୟା ପାଇଁ 

                       

ରାଗ କେଦାର,


ମୟୁର ହୋଇ ନାଚିବି 

        

ପ୍ରେମ ଆବେଶରେ 

          

ତମେ କଳା ମେଘର ରୂପେଲି ଅଞ୍ଚଳ l




Rate this content
Log in

Similar oriya poem from Romance